୫-ଜି ବିରୋଧରେ ଯାଇ ଫସିଗଲେ ଜୁହି ଚାୱଲା

ନୂଆଦିଲ୍ଲୀ: ମାନବ ସମାଜ ଓ ଜୀବଜଗତ ଲାଗି ୫ଜି ମୋବାଇଲ ପ୍ରସ୍ତୁତି କେତେ ସୁରକ୍ଷିତ ଭଳି ଗମ୍ଭୀର ପ୍ରଶ୍ନ କରି ବଲିଉଡ ଅଭିନେତ୍ରୀ ତଥା ପରିବେଶ ସୁରକ୍ଷା କର୍ମୀ ଜୁହି ଚାୱଲା ଯେଉଁ ମାମଲା ରୁଜୁ କରିଥିଲେ ଦିଲ୍ଲୀ ହାଇକୋର୍ଟ ତାହାକୁ ଖାରଜ କରିଛନ୍ତି । କୋର୍ଟଙ୍କ ସମୟ ବରବାଦ କରିଥିବାରୁ ଜୁହି ଓ ଅନ୍ୟ ଆବେଦନକାରୀମାନଙ୍କ ଉପରେ କୋର୍ଟ ୨୦ ଲକ୍ଷ ଟଙ୍କାର ଜରିମାନା ଲାଗୁ କରିଛନ୍ତି । ବିଚାରପତି କେ ଆର ମିଧା କହିଛନ୍ତି ଯେ ଯେଉଁଭଳି ଭାବେ କୋର୍ଟ ଶୁଣାଣିର ୱେବଲିଙ୍କକୁ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା । ସେଥିରୁ ଏହା ଜଣାପଡ଼ୁଛି ଯେ ପ୍ରଚାର ଉଦେ୍ଧଶ୍ୟ ରଖି ଏହି ମାମଲା ରୁଜୁ କରାଯାଇଥିଲା । ଆଇନଗତ ପ୍ରକି୍ରୟାରେ ଅପବ୍ୟବହାର କରିଥିବାରୁ ଜୁହି ଓ ଅନ୍ୟମାନଙ୍କ ଉପରେ ଜରିମାନାଲାଗୁ କରାଯାଇଛି । ୫ଜି ପ୍ରଯୁକ୍ତି ବିରୋଧରେ ଜୁହି ଯେତେବେଳେ ମାମଲା ରୁଜୁ କରିଥିଲେ ତାହା ସାରା ଦେଶର ଦୃଷ୍ଟି ଆକର୍ଷଣ କରିଥିଲା । ସମସ୍ତେ ଏ ନେଇ ଚକିତ ହୋଇଥିଲେ ।

Related Articles

Leave a Reply

Your email address will not be published.

Back to top button