୫ ଗୁଣା ବଢିବ ବେଡ ସଂଖ୍ୟା: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବେଡ ସଂଖ୍ୟା ବୃଦ୍ଧି କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । କୋଭିଡ ମୁକାବିଲା ସମ୍ପର୍କରେ ସେ ସୂଚନା ଦେବାକୁ ଯାଇ କହିଛନ୍ତି ଯେ, ଗତ ବର୍ଷ ଅପେକ୍ଷା ୪ରୁ ୫ ଗୁଣା ଅଧିକ ବେଡ ବୃଦ୍ଧି କରାଯିବ । ୪ଟି କ୍ୟାଟିଗୋରୀରେ ବେଡ ବୃଦ୍ଧି କରିବାକୁ କୁହାଯାଇଛି । ସାଧାରଣ, ଅକ୍ସିଜେନ ସପୋର୍ଟ, ଆଇସିୟୁ ଓ ଆଇସିୟୁ ସହ ଭେଣ୍ଟିଲେଟର ବେଡ ବ୍ୟବସ୍ଥା କରାଯିବ ।
ନିୟମ ଅନୁସାରେ ୧୦୦ ବେଡରେ ହାରାହାରି ୬% ଆଇସିୟୁ ବେଡ ରହିବ । ବର୍ତ୍ତମାନ ସ୍ଥିତି ଦେଖି ଅକ୍ସିଜେନ ସପୋର୍ଟ ବେଡ ଅଧିକ ପାଇଁ କୁହାଯାଇଛି । ବର୍ତ୍ତମାନ ସାଧାରଣ ବେଡର ୨୫% ଓ ଆଇସିୟୁ ବେଡର ୬୦% ରୋଗୀ ଅଛନ୍ତି । ୧୮% ଭେଣ୍ଟିଲେଟର ବ୍ୟବହାର ହୋଇଛି । ୪୫ ଜଣ ଭେଣ୍ଟଇଲେଟରରେ ଅଛନ୍ତି । ୫୪୧ଟି ଆଇସିୟୁ ବେଡରୁ ୩୨୯ଟିରେ ରୋଗୀ ରହିଛନ୍ତି । ଏହାଛଡ଼ା ଷ୍ଟାଣ୍ଡବାଇ ବେଡ ରହିଛି । କୌଣସି ଅସୁବିଧା ନାହିଁ । ଗତ ବର୍ଷ ପିକରେ ଯେତିକି ଅକ୍ସିଜେନ ଲାଗିଥିଲା ଏଥର ୧୦ ଗୁଣା ବଢିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।