୪ଦିନ ବନ୍ଦ ରହିବ ବ୍ୟାଙ୍କ

ଭୁବନେଶ୍ୱର: ବ୍ୟାଙ୍କ ଘରୋଇକରଣ ନିଷ୍ପତ୍ତିକୁ ବିରୋଧ କରି ସର୍ବଭାରତୀୟ ବ୍ୟାଙ୍କ ସଂଗଠନ ପକ୍ଷରୁ ୨ ଦିନିଆ ଧର୍ମଘଟ ଡାକରା ଦିଆଯାଇଛି। ମାର୍ଚ୍ଚ ୧୫ ଓ ୧୬ ତାରିଖ ଦୁଇଦିନ ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟ ହେବ। ଧର୍ମଘଟରେ ରାଜ୍ୟର ୫୫୦୦ ବ୍ୟାଙ୍କର ୩୦ ହଜାର କର୍ମଚାରୀ ସାମିଲ ହେବେ। ଏନେଇ ଏଆଇବିଓସି ଓଡ଼ିଶା ଶାଖା ସଭାପତି ଦାମୋଦର ନନ୍ଦ ସୂଚନା ଦେଇଛନ୍ତି।

ବଡ଼ ସମସ୍ୟା ହେଉଛି ଏହି ଦୁଇଦିନ ଧର୍ମଘଟ ଯୋଗୁଁ ଲଗାତାର ୪ ଦିନ ଧରି ବ୍ୟାଙ୍କଗୁଡିକ ବନ୍ଦ ରହିବ। କାରଣ ମାର୍ଚ୍ଚ ୧୫ (ସୋମବାର) ଓ ୧୬ (ମଙ୍ଗଳବାର) ଧର୍ମଘଟ ପାଇଁ ବନ୍ଦ ରହିବାକୁ ଥିବାବେଳେ ପୂର୍ବରୁ ୧୩ ତାରିଖ (ଦ୍ବିତୀୟ ଶନିବାର) ଓ ୧୪ ତାରିଖ (ରବିବାର) ଯୋଗୁଁ ସ୍ବାଭାବିକ ଭାବେ ଛୁଟି ଯୋଗୁଁ ମଧ୍ୟ ବ୍ୟାଙ୍କ ବନ୍ଦ ରହିବ। ଫଳରେ ଶନିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ମୋଟ ୪ ଦିନ ଲଗାତର ବ୍ୟାଙ୍କ ବନ୍ଦ ରହିବ।

Related Articles

Leave a Reply

Your email address will not be published.

Back to top button