‘୨୫ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ’

ଭୁବନେଶ୍ୱର : ବାତ୍ୟା ସମ୍ପର୍କିତ ପୂର୍ବାନୁମାନରେ କୌଣସି ପରିବର୍ତ୍ତନ କରାଯାଇନି। ଆଜି ଆଣ୍ଡାମାନ ଓ ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇସାରିଛି। ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ହେବ। ୨୩ ତାରିଖରେ ଅବପାତର ରୂପ ନେବ। ୨୪ ତାରିଖରେ ବାତ୍ୟାରେ ରୂପାନ୍ତରିତ ହୋଇ ଉତ୍ତର-ପଶ୍ଚିମ ଦିଗକୁ ଗତି କରିବ। ଏହା ପ୍ରଭାବରେ ୨୫ରୁ ଓଡ଼ିଶା ଉପକୂଳ ଅଞ୍ଚଳରେ ବର୍ଷା ଆରମ୍ଭ ହେବ। ସାଧାରଣତଃ ବାତ୍ୟା ଗତିପଥର ଡାହାଣ ପାର୍ଶ୍ୱରେ ଅଧିକ ପବନ ଓ ବର୍ଷା ହୁଏ। ବାତ୍ୟାର ବାମପଟ ଅର୍ଥାତ୍ ଓଡ଼ିଶା ଉପକୂଳ ଅଞ୍ଚଳ ମଧ୍ୟ ପ୍ରଭାବିତ ହେବ। ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗର କିଛି ଅଞ୍ଚଳ ଅଧିକ ପ୍ରଭାବିତ ହେବ। ଅବପାତରେ ପରିଣତ ହୋଇନଥିବାରୁ ଲ୍ୟାଣ୍ଡଫଲ୍‌ ସ୍ଥାନ ନିରୂପଣ ହୋଇନି। ସମ୍ଭାବ୍ୟ ବାତ୍ୟା ନେଇ ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି।

ଆରବ ସାଗର ଉପରେ ସୃଷ୍ଟି ହୋଇଥିବା ଅତ୍ୟନ୍ତ ଭୟଙ୍କର ସାମୁଦ୍ରିକ ଝଡ଼ ତଉକତେ ଗୁଜରାଟରେ ତାଣ୍ଡବ ରଚିଥିବା ବେଳେ ମହାରାଷ୍ଟ୍ରରେ ବ୍ୟାପକ କ୍ଷୟକ୍ଷତି କରାଇଛି। ବାତ୍ୟା ଗୁଜରାଟରେ ୧୪ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଲୋକଙ୍କ ମନରୁ ଏହି ବାତ୍ୟାର ଭୟ ଦୂର ହୋଇନାହିଁ। ତେବେ ଆଉ ଏକ ବାତ୍ୟା ଆସିବା ଖବର ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଲୋକଙ୍କ ମନରେ ଛନକା ସୃଷ୍ଟି କରିଛି।

Related Articles

Leave a Reply

Your email address will not be published.

Back to top button