୨୦୨୦ ବର୍ଷ ପାଇଁ ପ୍ରକାଶ ପାଇଲା ଶ୍ୱେତପତ୍ର

ଭୁବନେଶ୍ୱର: ୨୦୨୦ ବର୍ଷ ପାଇଁ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଶ୍ୱେତପ୍ରକାଶ ପାଇଛି । ୨୦୨୦ରେ ରାଜ୍ୟରେ ଅପରାଧର ଚିତ୍ର ଏଥିରେ ଦର୍ଶାଯାଇଛି । ୨୦୨୦ ମସିହାରେ ରାଜ୍ୟରେ କେତେ ଲୁଣ୍ଠନ, ଦୁଷ୍କର୍ମ ହୋଇଛି ତାର ତଥ୍ୟ ଏଥିରେ ଦର୍ଶାଯାଇଛି ।

ଅପରାଧ ମାମଲା: , ୩୪,୨୩୦ ପଞ୍ଜୀକୃତ ଅପରାଧ ମାମଲାରୁ ୧,୧୦,୭୪୧ ଆଇପିସିରେ ପଞ୍ଜୀକୃତ ହୋଇଛି  । ୧,୩୪,୨୩୦ ଧର୍ତବ୍ୟ ଅପରାଧରୁ ୧, ୨୯,୩୦୫ ମାମଲା ସତ୍ୟ  । ୯୩,୨୨୯ଟି ମାମଲାରେ ଦୋଷାରୋପ ଫର୍ଦ୍ଧ ଦାଖଲ କରାଯାଇଛି  ।

 ହତ୍ୟା ମାମଲା: ,୪୭୦ଟି ହତ୍ୟା ମାମଲାରୁ ୧,୩୯୨ଟି ମାମଲା ସତ୍ୟ । ୬୯୪ଟି ହତ୍ୟା ମାମଲାରେ ଦୋଷାରୋପ ପର୍ଦ୍ଧ ଦାଖଲ  ।

ଡକାୟତି ମାମଲା: ୫୧୪ଟି ଡକାୟତି ମାମଲାରୁ ୫୦୨ଟି ସତ୍ୟ, ୨୫୪ଟିରେ ଦୋଷାରୋପ ଫର୍ଦ୍ଧ ।,୧୬୭ ଲୁଣ୍ଠନ ମାମଲା ରୁଜୁ, ୨,୧୨୭ ମାମଲା ସତ୍ୟ  । ଲୁଣ୍ଠନ ମାମଲାରେ ୧୮୧୬ ଜଣ ଅପରାଧୀ ଗିରଫ  । ୧୦, ୪୧୨ ଚୋରି ମାମଲାରୁ ୧୦,୨୦୭ ମାମଲା ସତ୍ୟ । , ୭୭୦ ଚୋରି ମାମଲାରେ ଦୋଷାରୋପ ଫର୍ଦ୍ଧ ଦାଖଲ ।

ଦଙ୍ଗା ମାମଲା: ,୦୫୯ ଦଙ୍ଗା ମାମଲା ପଞ୍ଜୀକୃତ, ୧,୯୯୭ ମାମଲା ସତ୍ୟ । ୧୩୪୭ ଦଙ୍ଗା ମାମଲାରେ ଦୋଷାରୋପ ଫର୍ଦ୍ଧ ଦାଖଲ ।

ଦୁଷ୍କର୍ମ ମାମଲା: ୨୯୮୪ ଦୁଷ୍କର୍ମ ମାମଲାରୁ ୨୯୦୭ ସତ୍ୟ, ୨୦୫୪ଟିରେ ଦୋଷାରୋପ ଫର୍ଦ୍ଧ ।

ମୋଟର ଦୁର୍ଘଟଣା ମାମଲ: ,୮୧୭ ମୋଟର ଦୁର୍ଘଟଣା ମାମଲାରୁ ୯, ୭୭୧ ସତ୍ୟ । ୬,୦୫୭ ମୋଟର ଦୁର୍ଘଟଣା ମାମଲାରେ ଦୋଷାରପ ଫର୍ଦ୍ଧ ଦାଖଲ । 

ଯୌତୁକ ମାମଲା: ୪୦୮୮ଟି ଯୌତୁକ ମାମଲାରୁ ୨୭୪ଟିରେ ଦୋଷାରୋପ ଫର୍ଦ୍ଧ । ୩୮ଟି ଯୌତୁକ ମାମଲାସତ୍ୟ, ୮୪ଟି ଅନ୍ୟାନ୍ୟ କାରଣରୁ ସମାପ୍ତ  । ୧୨୧୮ଟି ଯୌତୁକ ମୋକଦ୍ଧମା ବିଚାରଧୀନ ରହିଛି । ୩୨୦ଟି ଯୌତୁକ ହତ୍ୟା ମାମଲାରୁ ୧୪୧ଟିରେ ଦୋଷାରୋପ ଫର୍ଦ୍ଧ ଦାଖଲ । ସାମ୍ପ୍ରଦାୟିକ ସ୍ଥିତିକୁ ରାଜ୍ୟ ସରକାର ପ୍ରାଥମିକତା ଦେଉଥିବାବେଳେ ୨୦୨୦ ମସିହାରେ ୨୭ ଥର ହିନ୍ଦୁ ମୁସଲିମ, ୩ ଥର ହିନ୍ଦୁ ଖ୍ରୀଷ୍ଟିଆନ ବିଦ୍ୱେଷ ଦେଖାଦେଇଛି । କୋଭିଡ ମହାମାରୀ ପରିଚାଳନାରେ ଗୃହ ବିଭଗ ସଫଳ ହୋଇଛି ।

କାର୍ୟ୍ୟ ସମ୍ପାଦନ ସମୟରେ ୮୯୦୨ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀ ସଂକ୍ରମିତ ହୋଇଥିଲେ। କର୍ତ୍ତବ୍ୟ ସମ୍ପାଦନ ସମୟରେ ୪୮ ଜଣ ପ୍ରାଣ ହରାଇଛନ୍ତି। କରନାରୁ ସୁସ୍ଥ ହେବା ପରେ ୧୦୦୨ ଜଣ ପ୍ଲାଜ୍ମା ଦାନ କରିଛନ୍ତି । ୨୦୨୦ ୨୧ ମସିହାରେ ପୋଲିସ ତରଫରୁ ୧୮ ଥର ଗୁଳିଚଳନା କରାଯାଇଛି । ୫ ଟି ଜିଲ୍ଲା କୁ ମାଓମୁକ୍ତ ଜିଲ୍ଳା ଭାବେ ଘୋଷଣା କରାଯାଇଛି । ୨୧ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ୩୪ ଜଣଙ୍କୁ ଗିରଫ କରାଯାଇଛି । ୨ ଟି ଉପନିର୍ବାଚନ ଓ କୋଭିଡ ମଧ୍ୟରେ ରଥଯାତ୍ରା ର ସୁପରିଚାଳନା କରାଯାଇଛି ବୋଲି ଶ୍ୱେତପତ୍ର ରେ ଉଲ୍ଲେଖ କରାଯାଇଛି ।

Related Articles

Leave a Reply

Your email address will not be published.

Back to top button