୧୫ ଦିନ ଭିତରେ ନିଷ୍ପତ୍ତି ନିଅ : ହାଇକୋର୍ଟ

ଭୁବନେଶ୍ୱର: ୨୦ରୁ କମ ପିଲା ଥିବା ସ୍କୁଲକୁ ନିକଟ ସ୍କୁଲରେ ମିଶ୍ରଣ ନିଷ୍ପତ୍ତି ପ୍ରସଙ୍ଗରେ ଏକ ବଡ଼ ଖବର ସାମନାକୁ ଆସିଛି ।  ଆସନ୍ତା ୧୫ ଦିନ ଭିତରେ ଅଭିଭାବକ ସଂଘର ଆବେଦନ ଉପରେ ନିଷ୍ପତ୍ତି ନେବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।  ସ୍କୁଲ ମିଶ୍ରଣକୁ ବିରୋଧ କରି ଅଭିଭାବକ ସଂଘ ହାଇକୋର୍ଟ ଯାଇଥିଲା ।  ତେବେ ଅଭିଭାବକ ସଂଘର ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇ ହାଇକୋର୍ଟ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପକ୍ଷରେ ସରକାରୀ ନିଷ୍ପତ୍ତିରେ ସନ୍ତୁଷ୍ଟ ନହେଲେ ପୁଣି ଆସିବାକୁ ହାଇକୋର୍ଟ କହିଛନ୍ତି । 

Related Articles

Leave a Reply

Your email address will not be published.

Back to top button