୧୦ ଜଣଙ୍କୁ ମୃତ୍ୟୁଦଣ୍ଡ

ପାଟନା : ଏକ ହତ୍ୟା ମାମଲାରେ ବିହାରର ଜିଲ୍ଲା କୋର୍ଟ ୧୦ ଜଣଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି । ଆରାର ପ୍ରମୁଖ ବ୍ୟବସାୟୀ ଇମ୍ରାନ ଖାନଙ୍କୁ ୨୦୧୮ରେ ଦିବାଲୋକରେ ହତ୍ୟା କରାଯାଇଥିଲା । ଏହି ମାମଲାରେ କୋର୍ଟ ୨ ଭାଇଙ୍କ ସମେତ ୧୦ ଜଣଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି। ଦୁଇ ଭାଇ ଖୁରସିଦ, ଅବଦୁଲ୍ଲା ଏବଂ ଅନ୍ୟ ୮ ଜଣଙ୍କୁ ଦୋଷୀସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଛି । ସେମାନଙ୍କୁ ୨୬ ଲକ୍ଷ ଟଙ୍କାର ଜରିମାନା ମଧ୍ୟ କରିଛନ୍ତି । ୨୦୧୮ରେ ଇମ୍ରାନ ଖାନଙ୍କୁ ତାଙ୍କ ଦୋକାନ ଭିତରେ ହତ୍ୟା କରାଯାଇଥିଲା । ଖୁରସିଦର ଗ୍ୟାଙ୍ଗ ଇମ୍ରାନଙ୍କଠାରୁ ୧୦ ଲକ୍ଷ ଟଙ୍କା ଦାଦାବଟି ମାଗିଥିଲେ । ଇମ୍ରାନ ଟଙ୍କା ନଦେବାରୁ ତାଙ୍କୁ ହତ୍ୟା କରାଯାଇଥିଲା ବୋଲି ଜଣାପଡ଼ିଛି ।

Related Articles

Leave a Reply

Your email address will not be published.

Back to top button