ୟୁପି ମୁଖ୍ୟମନ୍ତ୍ରୀଙ୍କୁ କରୋନା

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କରୋନା ପଜିଟିଭ। ବୁଧବାର ମୁଖ୍ୟମନ୍ତ୍ରୀ ନିଜେ ଟୁଇଟ୍ କରି ଏହାର ସୂଚନା ଦେଇଛନ୍ତି ।  ଏବେ ସେ ସେଲଫ୍ ଆଇସୋଲେସନରେ ଅଛନ୍ତି।  ସେ ସୂଚନା ଦେଇଛନ୍ତି ଯେ, ପ୍ରାଥମିକ ଲକ୍ଷଣ ଦେଖାଯିବା ପରେ ମୁଁ କରୋନା ଟେଷ୍ଟ କରିଥିଲି। ମୋର ରିପୋର୍ଟ ପଜିଟିଭ ଆସିଛି। ଏବେ ମୁଁ ସେଲଫ୍ ଆଇସୋଲେସନରେ ରହିଛି ଓ ଚିକିତ୍ସକଙ୍କ ପରାମର୍ଶ ପାଳନ କରୁଛି। ଏବେ ସବୁ କାମ ଭର୍ଚୁଆଲି କରୁଛି। ରାଜ୍ୟ ସରକାରଙ୍କ ସବୁ କାର୍ୟ୍ୟ ସ୍ବାଭାବିକ ଭାବରେ ଚାଲିବ। ମୋର ସଂସ୍ପର୍ଶରେ ଆସିଥିବା ଲୋକ ନିଜର ଯାଞ୍ଜ କରିବା ସହ ସତର୍କତା ପାଳନ କରନ୍ତୁ। ଉଲ୍ଲେଖନୀୟ ଯେ, ଗତକାଲିଠାରୁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜକୁ ଆଇସୋଲେଟ୍ କରି ରଖିଥିଲେ। କାରଣ ତାଙ୍କ କାର୍ୟ୍ୟାଳୟର କିଛି ଅଧିକାରୀ କରୋନା ସଂକ୍ରମିତ ହୋଇଥିଲେ।

Related Articles

Leave a Reply

Your email address will not be published.

Back to top button