ୟୁଜରଙ୍କୁ ବ୍ଲକ କରିବ କୋୱିନ

ପୁନେ: ଟିକା ସ୍ଲଟ ପାଇଁ ୨୪ ଘଣ୍ଟାରେ ହଜାରେରୁ ଅଧିକ ଥର ସର୍ଚ୍ଚ କରୁଥିବା କିମ୍ବା ୫୦ରୁ ଅଧିକ ଓଟିପି ବାହାର କରୁଥିବା ୟୁଜରଙ୍କୁ କୋୱିନ୍ ଆପ ବ୍ଲକ କରିବ । ଉକ୍ତ ପୋର୍ଟାଲ ପରିଚାଳନା ସହ ଜଡ଼ିତ ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି । ୨୪ ଘଣ୍ଟା ପାଇଁ ଏହି ୟୁଜରମାନଙ୍କୁ ବ୍ଲକ କରାଯିବ ବୋଲି ସେ କହିଛନ୍ତି । ୧୫ ମିନିଟର ଅବଧିରେ ଯେଉଁମାନେ ୨୦ ଥରରୁ ଅଧିକ ସର୍ଚ୍ଚ ଅନୁରୋଧ କରିବେ ସେହି ୟୁଜରମାନଙ୍କୁ ବ୍ୟବସ୍ଥା ଆପେ ଲଗଆଉଟ କରିଦେବ । ସ୍ଲଟ୍ ବୁକିଂକୁ ଅଟୋମେଟିକ କରିଦେବା ପାଇଁ ‘ବଟ ସ୍କ୍ରିପ୍ଟ’ (ବାରମ୍ବାର ସମାନ କାର୍ଯ୍ୟ ପାଇଁ ବ୍ୟବହାର ହେଉଥିବା ସ୍ୱତନ୍ତ୍ର ସଫଟୱେର) ର ବ୍ୟବହାର କିଛି ବ୍ୟକ୍ତି କରୁଛନ୍ତି । ସେମାନଙ୍କୁ ଲଗାମ ଦେବା ପାଇଁ ଏଭଳି ନିଷ୍ପତ୍ତି ହୋଇଛି । ୟୁଜରମାନେ ଗୋଟିଏ କିମ୍ବା ଦୁଇଟି ପିନ କୋଡ କିମ୍ବା ଜିଲ୍ଲାରେ ଲଗ ଇନ କରିବାର ଅଳ୍ପ ସମୟ ମଧ୍ୟରେ ୨୦ କିମ୍ବା ୨୦ରୁ ଅଧିକ ଥର ସର୍ଚ୍ଚ ନକରିବାକୁ ଅଧିକାରୀ ଜଣକ କହିଛନ୍ତି । ଏହା କରିଲେ ବଟ କାର୍ଯ୍ୟ କରାଯାଉଥିବାର ସନେ୍ଦହ ଉପୁଜିବ । ତେଣୁ ଏଭଳି ୟୁଜରଙ୍କୁ ଲଗ ଆଉଟ କରିଦିଆଯାଉଛି ବୋଲି ସେ କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button