ହ୍ୱାଟସ ଆପ ପିଙ୍କ ଲିଙ୍କକୁ ଖୋଲନ୍ତୁନି, ମୋବାଇଲ ହୋଇଯିବ ହ୍ୟାକ

ନୂଆଦିଲ୍ଲୀ : ହ୍ୱାଟସଆପ ବ୍ୟବହାରକାରୀମାନଙ୍କ ପାଖକୁ ଏକ ଲିଙ୍କ ଆସୁଛି ଯେଉଁଥିରେ ହ୍ୱାଟସଆପକୁ ଗୋଲାପି କରିବାର ପ୍ରତିଶ୍ରୁତି ରହିଛି । ସେଭଳି ଲିଙ୍କ ପ୍ରତି ସାବଧାନ ରହିବାକୁ ସାଇବର ବିଶେଷଜ୍ଞମାନେ କହିଛନ୍ତି । ହ୍ୱାଟସଆପ ପିଙ୍କ ଲିଙ୍କ ହେଉଛି ଏକ ପ୍ରକାର ଭାଇରସ । ସେହି ଲିଙ୍କରେ କ୍ଲିକ କଲେ ଫୋନ ହ୍ୟାକ ହୋଇଯିବ ବୋଲି ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି । ହ୍ୱାଟସଆପ ପିଙ୍କ ଲିଙ୍କ ଏକ ଅଫିସିଆଲ ଅପଡେଟ ଭାବେ ଆସୁଛି । ତେଣୁ ବ୍ୟବହାରକାରୀମାନେ ତାହାକୁ ସହଜରେ ବିଶ୍ୱାସ କରୁଛନ୍ତି । ସେହି ଲିଙ୍କରେ ଏକ ଏପିକେ ଡାଉନଲୋଡ କରିବାକୁ ନିର୍ଦ୍ଦେଶ ରହିଛି । ଯେଉଁମାନେ ଉକ୍ତ ଲିଙ୍କରେ ବୋଲି ସାଇବର ବିଶେଷଜ୍ଞ ରାଜଶେଖର ରାଜହାରିଆ କହିଛନ୍ତି । ସାଇବର ଇଣ୍ଟେଲିଜେନ୍ସ ସଂସ୍ଥା ଭୋୟେଜର ଇନଫୋସେକର ଡାଇରେକ୍ଟର ଜିତେନ ଜୈନ କହିଛନ୍ତି ସେ ଗୁଗୁଏ ପ୍ଲେ ଷ୍ଟୋର କିମ୍ବା ଆପଲ ଆପ ଷ୍ଟୋର ବାହାରେ କୌଣସି ଆପ କିମ୍ବା ଏପିକେ ଡାଉନଲୋଡ କରିବା ଅନୁଚିତ । ସେହି ଅପରିଚିତ ଆପ ଗୁଡିକ ଫୋନରୁ ଫଟୋ, ଏସଏମଏସ ଓ ଫୋନ ନମ୍ବର ଚୋରି କରିପାରିବେ । ଫୋନର କି’ବୋର୍ଡରେ ବ୍ୟବହାରକାରୀ ଯାହା ଟାଇପ କରିବେ ତାହାକୁ ଧରଣର ଭାଇରସ ବୋଲି ସେ କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button