ହାଇଦର ଫେରାର ଘଟଣା, ୬ ସସପେଣ୍ଡ

ଭୁବନେଶ୍ୱର: ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣାରେ ରବିବାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏସସିବିରେ ହାଇଦର ଚିକିତ୍ସିତ ହେଉଥିବାବେଳେ ସୁରକ୍ଷା ଦାୟିତ୍ୱରେ ଥିବା  ୬ ପୁଲିସ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଛି ।  ବିଭାଗୀୟ ତଦନ୍ତ ପରେ ଜଣେ ହାବିଲଦାର ଓ ୫ ଜଣ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଛି । ସେମାନେ ହେଲେ: ହାବିଲଦାର ରମେଶ ଚନ୍ଦ୍ର ଦେହୁରୀ, କନଷ୍ଟେବଳ ବୁଲବୁଲ ସାହୁ,  କନଷ୍ଟେବଳ ଦୀପକ ସାହୁ, କନଷ୍ଟେବଳ ମହମ୍ମଦ ମୌସିମ, କନଷ୍ଟେବଳ ଉମାକାନ୍ତ ବେହେରା ଓ କନଷ୍ଟେବଳ  ସୁଧାଂଶଉ ମାଝୀ ।  କାର୍ଯ୍ୟାନୁଷ୍ଠାନ ନେଇ ସମ୍ବଲପୁର ଏସପିଙ୍କ ପକ୍ଷରୁ ସୂଚାନା ମିଳିଛି । ପ୍ରକାଶ ଯେ, କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର ଏସସିବି ମେଡିକାଲ ଜଲେଜରୁ ଫେରାର ଘଟଣାକୁ  ନେଇ ଆଜି ଡିଜିପିଙ୍କ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି ଯେ, ସମସ୍ତ ସମୀବର୍ତ୍ତୀ ଅଞ୍ଚଳରେ ନଜର ରଖାଯାଇଛି ।  ସବୁ ଜିଲ୍ଲାର ଏସପିଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ଏସଟିଏଫ ୟୁନିଟ ଓ ଡିସିପିଙ୍କୁ ମଧ୍ୟ ଆଲର୍ଟ କରାଯାଇଛି ।  ଷ୍ଟେସନ ଓ ପ୍ରମୁଖ ସଡ଼କ ପଥ ଉପରେ ବି ନଜର ରହିଛି ।  ୫ରୁ ୬ଟି ଟିମ ଗଠନ କରାଯାଇଛି । ସିସିଟିଭି ଫୁଟେଜ ଦେଖୁଛୁ ।  ଖୁବଶୀଘ୍ର ହାଇଦରକୁ ଧରାଯିବ ବୋଲି  କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି । ଉଲ୍ଲେଖଯୋଗ୍ୟ, କେନ୍ଦ୍ରାପଡ଼ାର ଦୁର୍ଦ୍ଦାନ୍ତ ଗ୍ୟାଙ୍ଗ୍‌ଷ୍ଟର୍‌ ସେକ୍‌ ହାଇଦର୍‌ ଏସ୍‌ସିବି ମେଡ଼ିକାଲ୍‌ରେ ଚିକିତ୍ସାଧୀନ ଥିବା ବେଳେ ହସ୍ପିଟାଲ୍‌ର ପହରା ବ୍ୟବସ୍ଥାକୁ ଚକ୍‌ମା ଦେଇ ଗତକାଲି ଫେରାର୍‌ ହୋଇଯାଇଛି । ହାଇଦର୍‌ର ପହରା ଓ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଥିବା ସମ୍ବଲପୁର ଜେଲ୍‌ର ଗାର୍ଡଙ୍କୁ କିଛି ନିଶା ସାମଗ୍ରୀ ଖୁଆଇ, ପିଆଇ କିମ୍ବା ଶୁଂଘାଇ ସେ ଚମ୍ପଟ ମାରିଥିବା କୁହାଯାଉଛି । ଏ ଖବର ପ୍ରଚାରିତ ହେବା ପରେ କଟକ ପୁଲିସ ହାଇଦର୍‌କୁ ଖୋଜିବା ପାଇଁ ସହରର ସମସ୍ତ ସୀମା ସିଲ୍‌ କରି ତନାଘନା ଜାରି ରଖିଛି । ଉପକୂଳର ୪ଟି ଜିଲ୍ଲା ପୁଲିସକୁ ଏନେଇ ଆଲର୍ଟରେ ରଖାଯାଇଛି । ଏପରିକି ହାଇଦର୍‌କୁ ଖୋଜିବା ପାଇଁ ଏକ ବଡ଼ ଧରଣର ସର୍ଚ୍ଚ ଅପରେସନ୍‌ ପୁଲିସ ପକ୍ଷରୁ ଆରମ୍ଭ କରାଯାଇଛି ।

Related Articles

Leave a Reply

Your email address will not be published.

Back to top button