ହସ୍ପିଟାଲ୍‌ରେ ଅକ୍ସିଜେନ୍‌ ଲିକ୍‌, ୨୨ କରୋନା ଆକ୍ରାନ୍ତ ମୃତ

ନାଶିକ: ମହାମାରୀ କରୋନାର ଦ୍ରୁତ ସଂକ୍ରମଣ ଭିତରେ ବଡ଼ ଅଘଟଣ ଘଟିଛି। ମହାରାଷ୍ଟ୍ରର ନାଶିକରେ ଥିବା ଗୋଟିଏ ହସ୍ପିଟାଲ୍‌ରେ ଅମ୍ଳଜାନ ଟ୍ୟାଙ୍କର ଲିକ୍‌ ହୋଇ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି। ଅମ୍ଳଜାନ ଲିକ୍‌ ହେବାରୁ ଭେଣ୍ଟିଲେଟର୍‌ରେ ଥିବା ୨୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଲିକ୍‌ ଯୋଗୁ ଏମାନଙ୍କ ପାଖରେ ଠିକ୍‌ ଭାବେ ଅମ୍ଳଜାନ ପହଞ୍ଚି ପାରି ନଥିଲା। ତେଣୁ ସେମାନଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ମହରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେ କହିଛନ୍ତି, ନାଶିକର ଡା ଜାକିର ହୁସେନ ଏନଏମସି ହସ୍ପିଟାଲରେ ଏହି ଅଘଟଣ ଘଟିଛି। ଅମ୍ଳଜାନ ଟ୍ୟାଙ୍କରରେ ଭର୍ତ୍ତି ହେବା ବେଳେ ଏହା ଲିକ୍‌ ହୋଇଥିଲା। ଫଳରେ ଚାରିଆଡ଼େ ଏହା ବ୍ୟାପୀ ଯାଇଥିଲା। ବର୍ତ୍ତମାନ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରାଯାଉଛି। ଅମ୍ଳଜାନ ଲିକ୍‌ ହେବାର ଭିଡିଓକୁ ଏଏନ୍‌ଆଇ ପକ୍ଷରୁ ଟ୍ୱିଟ କରାଯାଇଛି। ଭିଠିଓରେ ଅମ୍ଳଜାନ ଲିକ୍‌ ହେବାରୁ ସମଗ୍ର ଅଞ୍ଚଳ ଏକ ପ୍ରକାରର ଧୂଆଁମୟ ହୋଇଯାଇଥିବା ଦେଖିବାକୁ ମିଳିଛି। ଏହି ହସ୍ପିଟାଲରେ ୧୭୧ ଜଣ ରୋଗୀ ଅମ୍ଳଜାନ ସହାୟତାରେ ଚିକିତ୍ସିତ ହେଉଥିଲେ। ଟ୍ୟାଙ୍କରର ଭାଲଭେସ ସମସ୍ୟା ଥିବାରୁ ଏଭଳି ପ୍ରଚୁର ପରିମାଣର ଅମ୍ଳଜାନ ଲିକ୍‌ ହୋଇଥିବା ଶ୍ରୀ ଟୋପେ କହିଛନ୍ତି।

Related Articles

Leave a Reply

Your email address will not be published.

Back to top button