ହସପିଟାଲରେ ସଚିନ ତେନ୍ଦୁଲକର
ମୁମ୍ବାଇ : ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ହସପିଟାଲରେ ଭର୍ତି ହୋଇଛନ୍ତି । ନିକଟରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ । କିନ୍ତୁ ଆଜି ସେ ହସପିଟାଲରେ ଭର୍ତି ହୋଇଛନ୍ତି । ଏନେଇ ସଚିନ ଟ୍ୱିଟ କରି ସୂଚନା ଦେଇଛନ୍ତି । ସଚିନ ନିଜ ଟ୍ୱିଟରେ ଉଲ୍ଲେଖ କରିଛନ୍ତିଯେ, ଆପଣମାନଙ୍କର ଆଶୀର୍ବାଦ ଓ ପ୍ରାର୍ଥନା ପାଇଁ ଧନ୍ୟବାଦ । ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ହସପିଟାଲରେ ଭର୍ତି ହୋଇଛନ୍ତି । ଖୁବଶୀଘ୍ର ସେ ଘରକୁ ଫେରିଆସିବେ । ଆପଣମାନେ ନିଜର ଯତ୍ନ ନେବା ସହ ସୁରକ୍ଷିତ ରୁହନ୍ତୁ ବୋଲି ସଚିନ ଟ୍ୱିଟ କରିଛନ୍ତି ।
ସୂଚନା ଯୋଗ୍ୟଯେ, ବିଶ୍ୱର ବଡ଼ବଡ଼ ଖେଳାଳୀମାନଙ୍କୁ ନେଇ ରୋଡ଼ ସେଫ୍ଟି ବିଶ୍ୱକପ ସିରିଜ ଆୟୋଜିତ ହୋଇଥିଲା । ଇଣ୍ଡିଆ ଲିଜେଣ୍ଡସର ନେତୃତ୍ୱ ନେଇଥିବା ସଚିନ ଦଳକୁ ଚମ୍ପିଆନ ବି କରାଇଛନ୍ତି । ତେବେ ଟୁର୍ଣ୍ଣାମେଂଟ ପରେ ସଚିନଙ୍କ ସମେତ ୪ ଖେଳାଳୀ କରୋନାରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା ।