ହଜ ତୀର୍ଥଯାତ୍ରାରେ ଯାଉଥିବା ଶ୍ରଦ୍ଧାଳୁଙ୍କ ପାଇଁ କୋଭିଡ ଟିକା ବାଧ୍ୟତାମୂଳକ

ରିୟାଦ: ହଜ ତୀର୍ଥଯାତ୍ରାରେ ଯାଉଥିବା ମୁସଲିମ ଶ୍ରଦ୍ଧାଳୁଙ୍କ ପାଇଁ କୋଭିଡ ଟିକା ନେବା ବାଧ୍ୟତାମୂଳକ । ଏହି ମର୍ମରେ ସାଉଦି ଆରବର ସ୍ୱାସ୍ଥ୍ୟମନ୍ତ୍ରୀ ତା.ତଫିଗ ବିନ ଫଜାନ ଅଲ ରବିଆ ଏକ ବିଜ୍ଞପ୍ତି ଜାରି କରିଛନ୍ତି । ଭାରତ ସମତେ ବିଶ୍ୱର ଯେ କୌଣସି ଦେଶରୁ ଆସୁଥିବା ଯେଉଁ ହଜଯାତ୍ରୀମାନେ କୋଭିଡ ଟିକା ନେଇଥିବେ ସେମାନେଙ୍କୁ ହିଁ କେବଳ ତୀର୍ଥଯାତ୍ରା ପାଇଁ ଅନୁମତି ମିଳିବ ବୋଲି କୁହାଯାଇଛି ।

ଚଳିତ ବର୍ଷ ଜୁଲାଇ ମାସରେ ହଜ ପଡ଼ୁଥିବା ବେଳେ କେତେକ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମେତ ପାଇଁ ଅନୁମତି ମିଳିବ, ସେ ସମ୍ପର୍କରେ ସାଉଦି ଆରବ ସରକାର ନିଶ୍ଚିତ କରିନାହାନ୍ତି । ସୂଚନା ଯୋଗ୍ୟ, ପ୍ରତିବର୍ଷ ଏଥିପାଇଁ ଦେଶ ବିଦେଶରୁ ୨୦ ଲକ୍ଷ ତୀର୍ଥଯାତ୍ରୀଙ୍କର ସମାବେଶ ହେଉଥିବା ଜଣାପଡ଼ିଛି ।

Related Articles

Leave a Reply

Your email address will not be published.

Back to top button