ସୁସ୍ଥ ହେବାର ୬ ମାସ ପର୍ଯ୍ୟନ୍ତ ଟିକା ନିଅନ୍ତୁ ନାହିଁ

ନୂଆଦିଲ୍ଲୀ: ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି ।  ବଢୁଛି କରୋନାର କାୟା ।  ସ୍ଥିତି ହେଉଛି ବେକାବୁ । ଦେଶରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ  ଗୋଟିଏ ରାଜ୍ୟରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । କରୋନାକୁ ମାତ ଦେବା ପାଇଁ ଏବେ  ସାରା ଦେଶରେ ଟିକାକରଣ ଅଭିଯାନ ଜାରି ରହିଛି । 

ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି ।  ତାହା ହେଲା  କରୋନା ଭୂତାଣୁ ସଂକ୍ରମଣରୁ ସୁସ୍ଥ ହେବାର ୬ ମାସ ପର୍ଯ୍ୟନ୍ତ ଟିକା ନେବା ଉଚିତ ନୁହେଁ । ଟିକାକରଣ କମିଟି (ଏନଟିଏଜିଆଇ) ଗୁରୁବାର କହିଛି ଯେ କରୋନାରୁ ସୁସ୍ଥ ହେବା ପରେ ମାସ ଅପେକ୍ଷା କରିବାକୁ ହେବ । ମାସ ପରେ ସମ୍ପୃକ୍ତ ବ୍ୟକ୍ତି ଟିକା ନେବା ଉଚିତ । ସେହିପରି ଯେଉଁମାନେ ପ୍ରଥମ ପାନ (ଡୋଜ) ଟିକା ନେଇ କରୋନା ସଂକ୍ରମିତ ହୋଇଛି । ସେମାନେ ସୁସ୍ଥ ହେବାର ୪ ରୁ ୮ ସପ୍ତାହ ପରେ ଦ୍ୱିତୀୟ ପାନ ଟିକା ନେବା ଉଚିତ ।

Related Articles

Leave a Reply

Your email address will not be published.

Back to top button