ସିଧାସଳଖ କୌଣସି ରାଜ୍ୟକୁ ଟିକା ଦେବନି ‘ମଡର୍ଣ୍ଣା’

ଚଣ୍ଡିଗଡ଼: ଆମେରିକାର ଭେଷଜ ସଂସ୍ଥା ମଡର୍ଣ୍ଣା ସିଧାସଳଖ ରାଜ୍ୟକୁ ଟିକା ଯୋଗାଇବା ପାଇଁ ଦିଆଯାଇଥିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛି ବୋଲି ପଂଜାବ ସରକାରଙ୍କ ପକ୍ଷରୁ କୁହାଯାଇଛି । ରାଜ୍ୟରେ ଟିକା ଅଭାବକୁ ଦୃଷ୍ଟିରେ ରଖି ଅମରିନ୍ଦର ସିଂହଙ୍କ ସରକାର ମଡର୍ଣ୍ଣା ସହ ଯୋଗାଯୋଗ କରି ଟିକା ପଠାଇବାକୁ ପ୍ରସ୍ତାବ ଦେଇଥିଲେ । ତେବେ ମଡର୍ଣ୍ଣା ଏଭଳି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ସହ ସିଧାସଳଖ କୌଣସି ରାଜ୍ୟକୁ ଟିକା ଦେବା ଆମ ନୀତି ବିରୋଧୀ ବୋଲି କହିଛି । ଭାରତ ସରକାରଙ୍କ ମାଧ୍ୟମରେ ହିଁ ଆମେ ଟିକା ଉପଲବ୍ଧ କରାଇ ପାରିବୁ ବୋଲି ମଡର୍ଣ୍ଣା କହିଛି । ପଂଜାବ ସରକାର ଫାଇଜର, ଜନସନ ଆଣ୍ଡ ଜନସନ ଟିକା ଏବଂ ସ୍ପୁଟନିକ ଭି ଟିକା ହାସଲ କରିବା ପାଇଁ ମଧ୍ୟ ପ୍ରୟାସ ଜାରି ରଖିଛନ୍ତି । ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ ପ୍ରାୟ ୯ କୋଟି ଲୋକ ମଡର୍ଣ୍ଣା ଟିକା ନେଇଥିବା ଜଣାପଡ଼ିଛି । ଭାରତରେ ପ୍ରାୟ ୧୨ଟି ରାଜ୍ୟ ସିଧାସଳଖ ବିଦେଶୀ କମ୍ପାନିଗୁଡ଼ିକଠାରୁ ଟିକା କିଣିବା ପାଇଁ ପ୍ରୟାସ ଆରମ୍ଭ କରିଥିବା ବେଳେ ମଡର୍ଣ୍ଣା ଭଳି ଯଦି ଅନ୍ୟ ସଂସ୍ଥାମାନେ ମଧ୍ୟ ସମାନ ଆଭିମୁଖ୍ୟ ଗ୍ରହଣ କରିବେ ତା’ହେଲେ ଏହି ପ୍ରକ୍ରିୟା ସଫଳ ହେବନାହିଁ  ।

Related Articles

Leave a Reply

Your email address will not be published.

Back to top button