ସାର ଦାମ ନ ବଢାଇବାକୁ କମ୍ପାନୀଗୁଡିକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶରେ ଅଣ ୟୁରିଆ ସାରର ସର୍ବାଧିକ ଖୁଚୁରା ମୂଲ୍ୟ (ଏମଆରପି) ନ ବଢ଼ାଇବା ପାଇଁ ସରକାର କମ୍ପାନୀ ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି । ପୁରୁଣା ଦରରେ ବିକ୍ରି କରିବା ଲାଗି ସେମାନଙ୍କୁ କୁହାଯାଇଛି । ଗୁରୁବାର ଏକ ଉଚ୍ଚସ୍ତରୀୟ ବୈଠକ ହୋଇ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହି ଅଣୟୁରିଆ ସାର ମଧ୍ୟରେ ଡିଏପି, ଏମଓପି ଏବଂ ଏନପିକେ ସାର ରହିଛି । ଏସବୁ ସାରର ମୂଲ୍ୟକୁ ନିୟନ୍ତ୍ରଣ ମୁକ୍ତ କରାଯାଇଛି । ସାର କମ୍ପାନୀ ଗୁଡ଼ିକ ଏହାର ଦର ଧାର୍ଯ୍ୟ କରିଥାନ୍ତି । ପରେ ପ୍ରତିବର୍ଷ ସରକାର କମ୍ପାନୀ ଗୁଡ଼ିକୁ ସବସିଡି ପ୍ରଦାନ କରିଥାନ୍ତି । କୋଭିଡ ପାଇଁ କୃଷକମାନଙ୍କ ଆର୍ଥିକ ସ୍ଥିତି ଖରାପ ରହିଛି । ଦେଶରେ ବିଭିନ୍ନ ସାମଗ୍ରୀର ଦରଦାମ ମଧ୍ୟ ବଢ଼ିଯାଇଛି । ତେଣୁ ବର୍ତ୍ତମାନ ପରିସ୍ଥିତିରେ ସାର ଦର ବଢ଼ିଲେ କୃଷକମାନଙ୍କ ଉପରେ ଏହାର ବୋଝ ପଡ଼ିବ । ଏହାକୁ ଦୃଷ୍ଟିରେ ରଖି ସରକାର ସାର କମ୍ପାନୀ ଗୁଡ଼ିକୁ ଏଭଳି ନିର୍ଦ୍ଦେଶ ଦେଇଥିବା କୁହାଯାଉଛି ।

Related Articles

Leave a Reply

Your email address will not be published.

Back to top button