ସାମ୍ବାଦିକଙ୍କୁ କୋଭିଡ ଯୋଦ୍ଧା ଘୋଷଣା

ଭୁବନେଶ୍ୱର: ରବିବାର ସାମ୍ବାଦିକମାନଙ୍କୁ କୋଭିଡ ସମ୍ମୁଖ ଯୋଦ୍ଧାଭାବେ ଘୋଷଣା କରାଯାଇଛି ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମ୍ବାଦିକମାନଙ୍କୁ କୋଭିଡ ସମ୍ମୁଖ ଯୋଦ୍ଧାଭାବେ ଘୋଷଣା କରିଛନ୍ତି । ଏହି ଘୋଷଣା ଦ୍ୱାରା ରାଜ୍ୟର ୬୯୪୪ ଜଣ ସାମ୍ବାଦିକ ଉପକୃତ ହେବେ  । ରାଜ୍ୟରେ କାର୍ୟ୍ୟରତ ୬୯୪୪ ସାମ୍ବାଦିକ ଗୋପବନ୍ଧୁ ସାମ୍ବାଦିକ ସ୍ବାସ୍ଥ୍ୟବୀମା ଯୋଜନାର ସୁବିଧା ପାଉଛନ୍ତି। ଏହି ଯୋଜନା ଅଧୀନରେ ସେମାନଙ୍କୁ ବାର୍ଷିକ ୨ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟବୀମା ସୁବିଧା ମିଳୁଛି। ଏହାବ୍ୟତୀତ କରୋନାରେ ପ୍ରାଣ ହରାଉଥିବା କାର୍ୟ୍ୟରତ ସାମ୍ବାଦିକମାନଙ୍କ ନିକଟ ସମ୍ପର୍କୀୟଙ୍କୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯାଉଛି। ପ୍ରକାଶ ଯେ, କରୋନା ମହାମାରୀରେ ଗତ କିଛି ଦିନ ହେଲା ରାଜ୍ୟରେ ବହୁ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି ।  ଯାହାକୁ ନେଇ ସାମ୍ବାଦିକମାନଙ୍କୁ କୋଭିଡ ସମ୍ମୁଖ ଯୋଦ୍ଧାଭାବେ ଘୋଷଣା କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦାବି ହୋଇଆସୁଥିଲା ।

Related Articles

Leave a Reply

Your email address will not be published.

Back to top button