ସାଇବର ଆଟାକକୁ ଚୀନ୍‌ର ଖଣ୍ଡନ

ବେଜିଂ: ଗତ ବର୍ଷ ଅକ୍ଟୋବରରେ ମହାନଗର ମୁମ୍ବାଇରେ ଦୀର୍ଘ ସମୟ ଧରି ବିଦ୍ୟୁତ୍ ବିଭ୍ରାଟ ସମସ୍ୟା ଦେଖାଯିବା ପଛରେ ଚୀନର ସାଇବର୍ ଆଟାକ ଦାୟୀ ବୋଲି ନ୍ୟୁୟର୍କ ଟାଇମ୍ସରେ ଏକ ରିପୋର୍ଟ ପ୍ରକାଶ ପାଇଥିବା ବେଳେ ଏହାକୁ ଚୀନ୍‌ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି। ଅପରପକ୍ଷେ, ଚୀନ୍‌ ଏପରି କୁତ୍ସିତ କାର୍ଯ୍ୟ ଘଟାଇବା ସପକ୍ଷରେ ନୁହେଁ ବୋଲି ଦାବି କରାଯାଇଛି।

ଏଥି ସହିତ ଚୀନ୍‌ର ରେଡ୍‌ଇକୋ ନାମକ ଗୋଷ୍ଠୀ ଭାରତୀୟ ପ୍ରତିଷ୍ଠାନକୁ ନିଶାଣ କରି ଏପରି ସାଇବର ଅପରାଧ ରଚାଇଥିଲା ବୋଲି ଆମେରିକାର ମାସାଚ୍ୟୁଟ୍‌ସ ସ୍ଥିତ ରେକର୍ଡେଡ୍‌ ଫ୍ୟୁଚର ନାମକ ସଂସ୍ଥା ଦେଇଥିବା ରିପୋର୍ଟ ପାଇଁ ଚୀନ୍‌ ମଧ୍ୟ ଆମେରିକା ଉପରେ ଖପ୍ପା ହୋଇଛି।
ସାଇବର ସୁରକ୍ଷାକୁ ଗୁରୁତ୍ବ ଦେଉଥିବା ଏବଂ ସେଭଳି ମନ୍ଦ ଉଦ୍ଦେଶ୍ୟକୁ ବିରୋଧ କରୁଥିବା ଚୀନ୍‌କୁ ବଦନାମ କରିବା ପାଇଁ ଆମେରିକାର ଏଭଳି ଚାଲ୍‌ ସ୍ପୃହଣୀୟ ନୁହେଁ ବୋଲି ଚୀନ୍‌ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଵାଙ୍ଗ ୱେନ୍‌ବିନ୍‌ କହିଛନ୍ତି। କୌଣସି ସାଇବର ଆକ୍ରମଣର ଉତ୍ସ ଠଉରାଇବା କଷ୍ଟକର ହୋଇଥିବା ବେଳେ ଆମେରିକୀୟ ସଂସ୍ଥା ଏଭଳି ଅନୁମାନ ଲଗାଇ ମନ୍ତବ୍ୟ ଦେବା ଦୁର୍ଭାଗ୍ୟଜନକ ବୋଲି କୁହାଯାଇଛି।

Related Articles

Leave a Reply

Your email address will not be published.

Back to top button