ସରକାରୀ କର୍ମଚାରୀ ନିର୍ବାଚନ କମିସନର ହେବେ ନାହିଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି ଯେ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ କର୍ମଚାରୀ ନିର୍ବାଚନ କମିସନର ଭାବେ ନିଯୁକ୍ତ ହୋଇପାରିବେ ନାହିଁ । ଏଥିପାଇଁ ସ୍ୱାଧୀନ ବ୍ୟକ୍ତି ଆବଶ୍ୟକ । ଗଣତାନ୍ତ୍ରିକ ରାଷ୍ଟ୍ରରେ ନିର୍ବାଚନ କମିସନଙ୍କ ସ୍ୱାଧୀନତାରେ ସାଲିସ ହେବା ଉଚିତ ନୁହେଁ ବୋଲି କୋର୍ଟ କହିଛନ୍ତି । ଗୋଆରେ ଜଣେ ସରକାରୀ ଅଧିକାରୀଙ୍କୁ ରାଜ୍ୟ ନିର୍ବାଚନ କମିସନର ପଦରେ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବାରୁ ଏନେଇ ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି ଏବଂ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରି ଏଭଳି ରାୟ ଦେଇଛନ୍ତି । ଗୋଆ ସରକାର ରାଜ୍ୟର ଆଇନ ସଚିବଙ୍କୁ ନିର୍ବାଚନ କମିସନର ନିଯୁକ୍ତ କରିବା ସମ୍ବିଧାନକୁ ଉପହାସ କରିବା ସଦୃଶ ବୋଲି କହିଛନ୍ତି । ଜଷ୍ଟିସ ରୋହିନଟନ ନରିମାନଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି କହିଛନ୍ତି ନିର୍ବାଚନ କମିସନର ସ୍ୱାଧୀନ ବ୍ୟକ୍ତି ହେବ ଉଚିତ । କୌଣସି ରାଜ୍ୟ ସରକାରୀ ଅଧିକାରୀଙ୍କୁ ନିର୍ବାଚନ କମିସନର ଭଳି ପଦରେ ନିଯୁକ୍ତି ଦିଆଯାଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button