ସବୁ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ପିଏସ୍‌ଏ ଅକ୍ସିଜେନ୍ ପ୍ଲାଣ୍ଟ୍‌ ଆଗାମୀ ଲହରୀର ପ୍ରସ୍ତୁତିକୁ ବ୍ୟାପକ କରିବ: ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର: ପିଏମ୍ କେୟାର୍ସ ପାଣ୍ଠିରୁ ଦେଶର ସବୁ ସରକାରୀ ଜିଲ୍ଲା ମୁଖ୍ୟ ହସ୍ପିଟାଲ୍‌ରେ ପିଏସ୍‌ଏ ଅକ୍ସିଜେନ୍ ପ୍ଲାଣ୍ଟ୍‌ ପ୍ରତିଷ୍ଠା ଆଗାମୀ ଦିନରେ କୋରୋନାର ସମ୍ଭାବ୍ୟ ଲହର ପାଇଁ ଆମର ପ୍ରସ୍ତୁତିକୁ ବ୍ୟାପକ କରିବ ବୋଲି ରବିବାର ଦିଲ୍ଲୀର ମହାରାଜା ଅଗ୍ରସେନ୍‌ ହସ୍ପିଟାଲ୍‌ ଠାରେ ପିଏସଏ ଅକ୍ସିଜେନ୍ ପ୍ଲାଣ୍ଟ୍‌ ଏବଂ ସିଲିଣ୍ଡର ଫିଲିଂ ପ୍ଲାଣ୍ଟ୍‌ର ଉଦ୍‌ଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କୋଭିଡ୍‌ର ଦ୍ୱିତୀୟ ଲହରୀ ସମୟରେ ମେଡ଼ିକାଲ୍‌ ଅକ୍ସିଜେନ୍‌ର ଚାହିଦା ବହୁଗୁଣା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ମେଡ଼ିକାଲ୍‌ ଅକ୍ସିଜେନର ଉତ୍ପାଦନକୁ ସରକାରଙ୍କ ସମ୍ପୂର୍ଣ୍ଣ ତତ୍ୱାବଧାନରେ ବଢ଼ାଇଛନ୍ତି। ପିଏମ୍‌ କେୟାର୍ସ ପାଣ୍ଠିରୁ ଦେଶର ସମସ୍ତ ଜିଲ୍ଲା ସରକାରୀ ମୁଖ୍ୟ ଚିକିତ୍ସାଳୟରେ ୧୫୦୦ରୁ ଅଧିକ ପିଏସଏ ଅକ୍ସିଜେନ୍ ପ୍ଲାଣ୍ଟ୍‌ ପ୍ରତିଷ୍ଠା କରାଯାଉଛି। ଏହି ପଦକ୍ଷେପ ନିଶ୍ଚିତ ଭାବରେ ଜିଲ୍ଲା ସ୍ତରରେ ଅକ୍ସିଜେନ ଉପଲବ୍ଧିକୁ ବଡ଼ ଗତି ପ୍ରଦାନ କରିବ ଏବଂ ଆଗାମୀ ଦିନରେ କୋରୋନାର ସମ୍ଭାବ୍ୟ ଲହର ପାଇଁ ଭାରତ ସରକାରଙ୍କ ପ୍ରସ୍ତୁତିକୁ ବ୍ୟାପକ କରିବ ବୋଲି କହିଛନ୍ତି।

ଧର୍ମେନ୍ଦ୍ର କହିଛନ୍ତି ଯେ ଦିଲ୍ଲୀ ପଞ୍ଜାବି ବାଗ୍ ସ୍ଥିତ ମହାରାଜା ଅଗ୍ରସେନ୍‌ ହସ୍ପିଟାଲ୍‌ରେ ଉଦ୍‌ଘାଟିତ ହୋଇଯାଇଥିବା ମିନିଟ୍ ପିଛା ୧ ହଜାର ଲିଟର କ୍ଷମତା ବିଶିଷ୍ଟ ପିଏସଏ ଅକ୍ସିଜେନ୍ ପ୍ଲାଣ୍ଟ୍‌ ଏବଂ ସିଲିଣ୍ଡର ଫିଲିଂ ପ୍ଲାଣ୍ଟ୍‌ ଇନ୍ଦ୍ରପ୍ରସ୍ଥ ଗ୍ୟାସ୍‌ର ସାମାଜିକ ଦାୟିତ୍ୱ ଅନ୍ତର୍ଗତ(ସିଏସ୍‌ଆର) ପାଣ୍ଠିରୁ ପ୍ରତିଷ୍ଠା କରାଯାଇଛି। ଏହି ସୁବିଧା ହସ୍ପିଟାଲରେ କୋଭିଡ୍ ଚିକିତ୍ସା କ୍ଷମତାକୁ ବୃଦ୍ଧି କରିବ। ସ୍ୱାସ୍ଥ୍ୟସେବାକୁ ମଜବୁତ୍ କରିବା ଏବଂ ସମାଜର ସେବା କରିବା ପାଇଁ ଇନ୍ଦ୍ରପ୍ରସ୍ଥ ଗ୍ୟାସ୍‌ କମ୍ପାନୀ ଏବଂ ମହାରାଜା ଅଗ୍ରସେନ୍‌ ହସ୍ପିଟାଲ୍‌ ଚାରିଟେବୁଲ୍ ଟ୍ରଷ୍ଟର ପ୍ରତିବଦ୍ଧତା ପ୍ରଶଂସନୀୟ ବୋଲି ସେ କହିଛନ୍ତି।

କୋଭିଡ୍‌କୁ ପ୍ରତିହତ କରିବା ତଥା ଜୀବନ ରକ୍ଷା ପାଇଁ ଭ୍ୟାକସିନ୍ ବର୍ତ୍ତମାନ ସମୟରେ ପ୍ରଯୁଜ୍ୟ ଅଟେ। ବର୍ଷକରେ ସ୍ୱଦେଶୀ ଟିକା ଗୁଡ଼ିକର ଉତ୍ପାଦନ କୋଭିଡ୍ ସଂକ୍ରମଣକୁ କମାଇବାରେ ସହାୟକ ହୋଇଛି। ଯାହା ଦେଶର ଡ଼ାକ୍ତର ଏବଂ ବୈଜ୍ଞାନିକଙ୍କ ଶକ୍ତି ଏବଂ ବୌଦ୍ଧିକ କ୍ଷମତାକୁ ପ୍ରତିଫଳିତ କରିଛି। ଦେଶର ସମସ୍ତ ନାଗରିକମାନେ ଆମର ଡାକ୍ତର, ବୈଜ୍ଞାନିକ ଏବଂ କୋଭିଡ୍ ଯୋଦ୍ଧାଙ୍କ ପାଇଁ ଗର୍ବ କରିବା ଉଚିତ୍। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଜୁନ୍‌ ୨୧ରୁ ନିଆଯାଇଥିବା ସମସ୍ତଙ୍କୁ ମାଗଣା ଟିକାର ନିଷ୍ପତ୍ତି ଭାରତର କୋଭିଡ୍ ଲଢ଼େଇରେ ଗେମ୍ ଚେଞ୍ଜର ହେବ। ଟିକା ଉତ୍ପାଦନକୁ ବୃଦ୍ଧି କରିବା ଏବଂ ଟିକାକରଣକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ପକ୍ଷରୁ ସବୁ ପ୍ରକାର ଉଦ୍ୟମ କରାଯାଉଛି।

Related Articles

Leave a Reply

Your email address will not be published.

Back to top button