ଶ୍ରୀମନ୍ଦିର ସେବାୟତଙ୍କୁ କରୋନା ଟିକା

ପୁରୀ : ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ଆଜିଠାରୁ କୋଭିଡ-୧୯ ଟୀକାକରଣ ଶିବିର ଶୁଭାରମ୍ଭ ହୋଇଛି। ସକାଳ ୧୦ଟା ସମୟରେ ଶ୍ରୀମନ୍ଦିର ସେବାୟତମାନଙ୍କୁ କୋଭିଡ ଟିକା ପ୍ରଦାନ ନିମନ୍ତେ ଏକ ସ୍ୱତନ୍ତ୍ର ଶିବିରର ଶୁଭାରମ୍ଭ ହୋଇଛି । ଲୋକନାଥ ରୋଡ ପ୍ରତିହାରୀ ନିଯୋଗ ଠାରେ ଏହି ଟିକାକରଣ ଶିବିର ଅନୁଷ୍ଠିତ ହୋଇଛି । ଏହି ଶିବିରକୁ ଜିଲ୍ଲାପାଳ ସମର୍ଥ ବର୍ମା ଉଦଘାଟନ କରିଛନ୍ତି । ଏହି ଟିକାକରଣ କାର୍ଯ୍ୟକ୍ରମ ଦିନ ୧୦ ଟାରୁ ଅପରାହ୍ନ ୫ ଟି ପର୍ଯ୍ୟନ୍ତ ଚାଲିବ। ପ୍ରାଥମିକ ପର୍ଯ୍ୟାୟରେ ବୟସ୍କମାନଙ୍କୁ ପ୍ରାଥମିକତା ଦିଆଯାଇଛି। ୬୦ ବର୍ଷ ଠାରୁ ଊର୍ଦ୍ଧ୍ଵ ବୟସ୍କ ସେବାୟତମାନେ ଏହି ଟିକା ନେଇପାରିବେ। ଦୈନିକ ୧୦୦ ଜଣ ସେବାୟତଙ୍କୁ ଟିକା ପ୍ରଦାନ କରାଯିବା ସହ ଏଥିପାଇଁ ସେବାୟତମାନେ ସେମାନଙ୍କର ଆଧାର କାର୍ଡ ସାଙ୍ଗରେ ଆଣିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି ।

Related Articles

Leave a Reply

Your email address will not be published.

Back to top button