ଶ୍ରୀମନ୍ଦିରରେ ଏନଏସଜି ଟିମର ସୁରକ୍ଷା ଯାଞ୍ଚ

ପୁରୀ : ଆସନ୍ତା ୨୧ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହା ପୂର୍ବରୁ ପୁରୀ ଶ୍ରୀ ମନ୍ଦିର ଚତୁଃପାଶ୍ୱର୍ରେ ବୁଲି ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛି ଏନଏସଜି ଟିମ୍ । ପୋଲିସ ସହାୟତାରେ ଏନଏସଜିର ୩ ଜଣିଆ ଟିମ୍ ପୁରୀ ଶ୍ରୀ ମନ୍ଦିର ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି ।  ପୁରୀ ଏସପି ଓ ଶ୍ରୀମନ୍ଦିର ସୁରକ୍ଷା ଅଧିକାରୀ ଶ୍ରୀମନ୍ଦିର ଚତୁପାର୍ଶ୍ୱ ବୁଲି ଦେଖିବା ସହ ସୁରକ୍ଷା ବ୍ୟବସ୍ଥା କିଭଳି କଡାକଡି କରାଯାଇପାରିବ ସେନେଇ ଆଲୋଚନା କରିଥିଲେ । ନୂଆ କରି ନିର୍ମାଣ ହୋଇଥିବା ଶ୍ରୀମନ୍ଦିରର ବ୍ୟାରିକେଡ, ସାମିଆନା ଓ ସିଂହଦ୍ୱାରରେ ଥିବା ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି । ଭକ୍ତଙ୍କ ପ୍ରବେଶ ଓ ପ୍ରସ୍ଥାନ ବ୍ୟବସ୍ଥା ଓ ବର୍ତ୍ତମାନ ଚାଲିଥିବା ସୁରକ୍ଷା କଟକଣା ସମ୍ପର୍କରେ ବୁଲି ଦେଖିଥିଲେ । ଆସନ୍ତା ୨୨ ତାରିଖରେ ପୁରୀ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ କୋଣାର୍କ ପରିଦର୍ଶନ କରିବେ ରାଷ୍ଟ୍ରପତି ।

Related Articles

Leave a Reply

Your email address will not be published.

Back to top button