ଶିଶୁଙ୍କୁ ବେଶି ସଂକ୍ରମିତ କରିବ ନୂଆ ଭୂତାଣୁ

ସିଙ୍ଗାପୁର: ଭାରତରେ ପ୍ରଥମେ ଦ୍ବୈତ ରୂପାନ୍ତରିତ କରୋନାଭୂତାଣୁ ଭଳି ସିଙ୍ଗାପୁରରେ ଦେଖାଦେଇଥିବା ଏକ ନୂଆ ପ୍ରଜାତିର ଭୂତାଣୁ ସାଂଘାତିକ ବିପର୍ଯ୍ୟୟ ଆଣିବ ବୋଲି ସିଙ୍ଗାପୁର ସରକାର ସତର୍କ କରାଇ ଦେଇଛନ୍ତି। ଏହି ଭୂତାଣୁ ଶିଶୁମାନଙ୍କୁ ବେଶି ସଂକ୍ରମିତ କରିବାର ଆଶଙ୍କା ଥିବାରୁ ସରକାର ବୁଧବାର ଠାରୁ ସମସ୍ତ ଶିକ୍ଷାନୁଷ୍ଠାନକୁ ବନ୍ଦ ଘୋଷଣା କରିଛନ୍ତି। ଦେଶରେ ମାସ ମାସ ଧରି ସଂକ୍ରମଣ ଶୂନ ରହିବା ପରେ ନିକଟରେ ସ୍ଥାନୀୟ ସଂକ୍ରମଣ ଅହେତୁକ ଭାବେ ବଢ଼ିବାରୁ ସରକାର କଡ଼ା କଟକଣା ଲଗାଇଛନ୍ତି। ରବିବାର ୩୮ଟି ସ୍ଥାନୀୟ ସଂକ୍ରମଣ ଦେଖାଯାଇଥିଲା ଯାହା ୮ ମାସ ଭିତରେ ସର୍ବାଧିକ। ଏହା ପରେ ସ୍ବାସ୍ଥ୍ୟମନ୍ତ୍ରୀ ଓଙ୍ଗ୍‌ ଏ କୁଙ୍ଗ୍‌ ଏ ସମ୍ପର୍କରେ ସବିଶେଷ ଆଲୋଚନା କରିଛନ୍ତି। ଭାରତରେ ପ୍ରଥମେ ଦେଖାଦେଇଥିବା ବି.୧.୬୧୭ ନାମକ ଏହି ନୂତନ ପ୍ରଜାତିର କରୋନାଭୂତାଣୁ ଅଧିକ ସଂକ୍ରମଣଶୀଳ ହେବା ସହ ଶିଶୁ ଓ କିଶୋରମାନଙ୍କୁ ବେଶି ଆକ୍ରାନ୍ତ କରୁଛି ବୋଲି ଶିକ୍ଷାମନ୍ତ୍ରୀ ଚାନ୍‌ ସୁଙ୍ଗ୍‌ ସିଙ୍ଗ୍‌ କହିଛନ୍ତି। ଯଦିଓ ଏଥିରେ ସଂକ୍ରମିତ ଶିଶୁମାନେ ଗୁରୁତର ଅସୁସ୍ଥ ହୋଇନାହାନ୍ତି, ତେବେ ସରକାରଙ୍କ ପାଇଁ ଏହା ଆହ୍ବାନ ସୃଷ୍ଟି କରିଛି। ତେଣୁ ସରକାର ତୁରନ୍ତ ୧୬ ବର୍ଷରୁ କମ୍‌ ବୟସର ଶିଶୁମାନଙ୍କୁ କୋଭିଡ୍‌ ଟିକା ଦେବାର ବ୍ୟବସ୍ଥା କରୁଛନ୍ତି ବୋଲି ସେ କହିଛନ୍ତି।

Related Articles

Leave a Reply

Your email address will not be published.

Back to top button