ଶପଥ ନେଲେ ମମତା

କୋଲକାତା:  ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀଭାବେ ବୁଧବାର ମମତା ବାନାର୍ଜୀ ଶପଥ ଗ୍ରହଣ କରିଛନ୍ତି ।   କୋଭିଡ କଟକଣା ଭିତରେ ତୃତୀୟ ଥର  ପାଇଁ ମମତା ପଶ୍ଚିମବଙ୍ଗର  ମୁଖ୍ୟମନ୍ତ୍ରୀଭାବେ ଶପଥ ଗ୍ରହଣ କରିଛନ୍ତି । ଏନେଇ କୋଲକାତାସ୍ଥିତ ରାଜଭବନରେ ଶପଥପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା । କୋଭିଡ ପାଇଁ କିଛି  ଲୋକଙ୍କ ଉପସ୍ଥିତିରେ ମମତା ଶପଥ ଗ୍ରହଣ କରିଛନ୍ତି ।  ରାଜ୍ୟପାଳ ଜଗଦୀପ ଧନଖର ମମତାଙ୍କୁ ଶପଥ ପାଠ କରାଇଛନ୍ତି ।  ପ୍ରକାଶ ଯେ, ପଶ୍ଚିମବଙ୍ଗ ନିର୍ବାଚନ ଉପରେ ସାରା ଦେଶର ନଜର ରହିଥିଲା  । ନିର୍ବାଚନ ଆରମ୍ଭରୁ ସବୁଠାରୁ ବେଶ ଚର୍ଚ୍ଚା ସୃଷ୍ଟି କରିଥିଲା ମମତା ଦିଦିଙ୍କ ‘ଖେଲା ହବେ’ ସ୍ଲୋଗାନ । ପଶ୍ଚିମବଙ୍ଗ ରାଜନୀତିକ ମଇଦାନରେ ମୋଦି ଓ ମମତାଙ୍କ ମଧ୍ୟରେ ଜମାଣିଆ ଖେଳ ବି ହେଲା  । ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଶତଚେଷ୍ଟା ସତ୍ୱେ ବି ପୁଣିଥରେ ପଶ୍ଚିମବଙ୍ଗରେ ମମତା ରାଜ କରିବେ  ।  ବିଜେପି ଦୁଇ ଶତକ ମାରିବାର ସ୍ୱପ୍ନ ଦେଖିଥିବାବେଳେ ମମତାଙ୍କ ଯାଦୁରେ ବାଜି ପଲଟବାର କରିଛି  । ଅର୍ଥାତ ବିଜେପି ନୁହେଁ ଟିଏମସି ହିଁ ଦୁଇଶହ ଆସନରେ ବାଜିମାତ କରିବାରେ ସମର୍ଥ ହୋଇଛି  ।

Related Articles

Leave a Reply

Your email address will not be published.

Back to top button