ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଲୋକାର୍ପିତ

ନୂଆପଡ଼ା: ପଶ୍ଚିମ ଓଡ଼ିଶାର ନୂଆପଡ଼ା ଓ ବଲାଙ୍ଗିର ଜିଲ୍ଲାର ଚାଷ ଜମିକୁ ଜଳସେଚନ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପିତ କରିଛନ୍ତି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ । ୬୨୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଦ୍ୱାରା ନୂଆପଡ଼ା ଜିଲ୍ଲା ୧୩ ହଜାର ୧୯୧ ହେକ୍ଟର ଓ ବଲାଙ୍ଗିର ଜିଲ୍ଲାର ହଜାରେ ୬୭୦ ହେକ୍ଟର ଜମି ଜଳସେଚିତ ହେବ ।

ସକାଳ ୧୧ଟା ୧୦ ମିନିଟ୍‌ରେ ମୁଖ୍ୟମନ୍ତ୍ରୀ ଟିଖାଲି ଡ୍ୟାମ ନିକଟରେ ପହଞ୍ଚି  ସେହିଠାରେ ହିଁ ସେ ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପର ଉଦଘାଟନ କରିଛନ୍ତି  । ନବୀନ ନୂଆପଡ଼ା ଗସ୍ତ ଅବସରରେ ନୂଆପଡ଼ା ଓ ବଲାଙ୍ଗିରକୁ ୪ ହଜାର କୋଟିର ବିଭିନ୍ନ ପ୍ରକଳ୍ପର ଭେଟି ଦେବେ ।ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଲୋକାର୍ପଣ ସହ ସହ ପାନୀୟ ଜଳ, ରାସ୍ତା, ଦକ୍ଷତା ବିକାଶ କେନ୍ଦ୍ର ଭଳି ୭୫୦ କୋଟି ଟଙ୍କାର ଅନେକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଲୋୟର ଇନ୍ଦ୍ର ପ୍ରକଳ୍ପରୁ ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ଓ ବୋଡେନ ବ୍ଲକରେ ୧୦ହଜାର ୯ଶହ ଓ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼, ବଙ୍ଗୋମୁଣ୍ଡା, ତୁରକେଲା, ମୁରିବାହାଲ ବ୍ଲକର ୧୯ ହଜାର ହେକ୍ଟର ଜମି ଜଳସେଚିତ ହେବ । ଏଥିରେ ଖଡ଼ିଆଳ ଓ ବୋଡେନ ବ୍ଲକର ୨୩ଟି ପଞ୍ଚାୟତର ୭୯ ଗାଁର ୧୯ହଜାର ୭୧୬ ଚାଷୀ ପରିବାର ଉପକୃତ ହେବେ  ।

Related Articles

Leave a Reply

Your email address will not be published.

Back to top button