ଲଙ୍ଗ ଜମ୍ପର୍ ମୁରଲୀ ଶ୍ରୀଶଙ୍କରଙ୍କୁ ଟୋକିଓ ଯୋଗ୍ୟତା

ନୂଆଦିଲ୍ଲୀ: ଭାରତୀୟ ଲଙ୍ଗ ଜମ୍ପର୍ ମୁରଲୀ ଶ୍ରୀଶଙ୍କର ଜାତୀୟ ରେକର୍ଡ ସ୍ଥାପନ କରି ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ପଞ୍ଜାବର ପଟିଆଲାରେ ଚାଲିଥିବା ଫେଡେରେସନ୍ କପରେ ମୁରଲୀ ୮.୨୬ ମିଟର୍ ଡେଇଁ ଏହି ଯୋଗ୍ୟତା ଅର୍ଜନ କରିଛନ୍ତି। ୨୧ ବର୍ଷୀୟ ଶ୍ରୀଶଙ୍କର ଇଭେଣ୍ଟର ପଞ୍ଚମ ପ୍ରୟାସରେ ହିଁ ଅଲିମ୍ପିକ୍ସ ଯୋଗ୍ୟତା ମାର୍କ ୮.୨୨ ମିଟରକୁ ଅତିକ୍ରମ କରିନେଇଥିଲେ। ଏହା ପୂର୍ବରୁ ଶ୍ରୀଶଙ୍କରଙ୍କର ଶ୍ରେଷ୍ଠ ପ୍ରଦର୍ଶନ ଥିଲା ୮.୨୦ ମିଟର। ଶ୍ରୀଶଙ୍କର ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିଥିବା ସ୍ପୋର୍ଟ୍ସ ଅଥରିଟି ଅଫ୍ ଇଣ୍ଡିଆ ଟ୍ୱିଟ୍ କରି ସୂଚନା ଦେଇଛି। ଗତ ଫେବୃଆରୀରେ ଶ୍ରୀଶଙ୍କର ଇଣ୍ଡିଆନ୍ ଗ୍ରାଁପ୍ରି’ରେ ଲଙ୍ଗ ଜମ୍ପ ଇଭେଣ୍ଟରେ ୮.୦୫ ମିଟର୍ ଡେଇଁ ସ୍ୱର୍ଣ୍ଣ ପଦକ ଜିତିଥିଲେ। ୨୦୧୮ରେ ଆୟୋଜିତ ଏସୀୟ କ୍ରୀଡ଼ାରେ ଶ୍ରୀଶଙ୍କର ୭.୮୩ ମିଟର ଡେଇଁ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲେ ଏବଂ ଅଳ୍ପକେ ପଦକରୁ ବଞ୍ଚିତ ହୋଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button