ରେସଲର ସୁଶୀଲ କୁମାର ଗିରଫ

ନୂଆଦିଲ୍ଲୀ: ହତ୍ୟା ମାମଲାରେ ଅଭିଯୁକ୍ତ ହୋଇଥିବା ରେସଲର ସୁଶୀଲ କୁମାର ଗିରଫ ହୋଇଥିବା ନେଇ ରିପୋର୍ଟ ହସ୍ତଗତ ହୋଇଛି। ସୂଚନାନୁସାରେ ସୁଶୀଲଙ୍କୁ ପଞ୍ଜାବ ପୋଲିସ ଗିରଫ କରିଛି। ଗିରଫ ସୁଶୀଲଙ୍କୁ ପଞ୍ଜାବ ପୋଲିସ ଦିଲ୍ଲୀ ପୋଲିସକୁ ହସ୍ତାନ୍ତର କରିବ। ପ୍ରଥମ ଓ ଏକମାତ୍ର ଭାରତୀୟ ରେସଲର ଭାବେ ଦୁଇଟି ଅଲିମ୍ପିକ ଜିତିଥିବା ସୁଶୀଲ କୁମାର ଛତ୍ରସାଲ ଷ୍ଟାଡିୟମରେ ଆଉ ଜଣେ ରେସଲରକୁ ପିଟି ମାରି ଦେଇଥିବା ନେଇ ଅଭିଯୋଗ ହୋଇଛି। ତାଙ୍କ ବିରୋଧରେ ଦିଲ୍ଲୀ ପୋଲିସ ହତ୍ୟା ମାମଲା ରୁଜୁ କରିବା ସହ ଲୁକଆଉଟ ସର୍କୁଲାର ନୋଟିସ ବି ଜାରି କରିଥିଲା। ଦୁଇ ଦିନ ତଳେ ଦିଲ୍ଲୀର ଏକ କୋର୍ଟ ସୁଶୀଲଙ୍କ ଆଗୁଆ ଜାମିନ ଆବେଦନକୁ ବି ଖାରଜ କରି ଦେଇଥିଲେ।

୨୦୦୮ ବେଜିଂ ଅଲିମ୍ପିକ୍ସରେ ବ୍ରୋଞ୍ଜ ଓ ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତି ଭାରତ ପାଇଁ ଗୌରବ ଆଣିଥିବା ସୁଶୀଲ କୁମାର ଏହାର ପରବର୍ତ୍ତୀ କେତେକ ଘଟଣାକୁ ନେଇ ବିବାଦ ଭିତରକୁ ଆସିଛନ୍ତି। ତାଙ୍କ ନାଁରେ ଆଗକୁ ବି ଅନ୍ୟ ମାମଲା ରହିଛି। ମାତ୍ର ଛତ୍ରସାଲ ଷ୍ଟାଡିୟମରେ ଜଣେ ରେସଲରକୁ ପିଟି ମାରି ଦେବାକୁ ସବୁ ମହଲାରେ ତାଙ୍କ ପ୍ରତି ଘୃଣା ଭାବ ସୃଷ୍ଟି ହୋଇଥିଲା। ସେ ଗିରଫଦାରି ଏଡ଼ାଇବା ପାଇଁ ଆତ୍ମଗୋପନ କରି ଆସିଥିଲେ ବି ଶେଷରେ ପୋଲିସ ହାତରେ ଧରାପଡ଼ିଥିବା ନେଇ ସୂଚନା ହସ୍ତଗତ ହୋଇଛି।

Related Articles

Leave a Reply

Your email address will not be published.

Back to top button