ରାୟଗଡ଼ା ଜିଲ୍ଲାରେ ମୃଦୁ ଭୂକମ୍ପ
ରାୟଗଡ଼ା: ଗୁରୁବାର ଭୋର୍ ପ୍ରାୟ ୪ଟା ସମୟରେ ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍ରେ ଭୂକମ୍ପର ତୀବ୍ରତା ୩.୨ ଥିବା ନେଇ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ସୂଚନା ମିଳିଛି। ଭୂକମ୍ପ ଝଟ୍କା ଅନୁଭୂତ ହେବା ପରେ ଲୋକେ ନିଜ ଘରୁ ବାହାରକୁ ବାହାରି ଆସିଥିଲେ। ଭୋର୍ରୁ ଲୋକେ ଶୋଇଥିବା ବେଳେ ଭୂକମ୍ପ ହୋଇଥିବାରୁ ଅଧିକାଂଶ ଲୋକ ଏହାର ଝଟ୍କା ଅନୁଭବ କରିପାରି ନ ଥିଲେ। ତଥାପି ଭୂକମ୍ପ ଝଟ୍କା ପରେ ଭୟର ବାତାବରଣ ଖେଳିଯାଇଥିବା ଜଣାପଡ଼ିଥିଲା। ଭୂକମ୍ପର ଝଟ୍କା ସାମାନ୍ୟ ଅଧିକ ଥିଲେ ବି କୌଣସି କ୍ଷୟକ୍ଷତି ହୋଇ ନ ଥିବା ସୂଚନା ମିଳିଛି।