ରାଜ୍ୟର ନିମ୍ନ ପ୍ରଦର୍ଶନ ରାଜ୍ୟବାସୀଙ୍କ ପାଇଁ ଦୁଃଖର ବିଷୟ: ଅପରାଜିତା

ଭୁବନେଶ୍ୱର: ରାଜ୍ୟର ନିମ୍ନ ପ୍ରଦର୍ଶନ ରାଜ୍ୟବାସୀଙ୍କ ପାଇଁ ଦୁଃଖର ବିଷୟ ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି । ଏସଡିଜି ଇଣ୍ଡିଆ  ର୍ୟାକିଂ  ପରିପ୍ରେକ୍ଷୀରେ ଶ୍ରୀମତୀ ଷଡ଼ଙ୍ଗୀ  ଏହା କହିଛନ୍ତି ।  ରିପୋର୍ଟରେ ଓଡ଼ିଶାର ସ୍ଥାନକୁ ନେଇ ଶ୍ରୀମତୀ ଷଡ଼ଙ୍ଗୀ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ଓଡ଼ିଶା ଦେଶରେ ତଳଆଡ଼ୁ ପଞ୍ଚମ ସ୍ଥାନରେ ରହିଛି । ରାଜ୍ୟର ନିମ୍ନ ପ୍ରଦର୍ଶନ ରାଜ୍ୟବାସୀଙ୍କ ପାଇଁ ଦୁଃଖର ବିଷୟ ।  ୨୦୧୯ରେ ଓଡ଼ିଶା ୧୬ତମ ସ୍ଥାନରେ ଥିବାବେଳେ ଏବେ ୨୧ ତମ ସ୍ଥାନରେ ରହିଛି ।  ମନରେଗାରେ ନିଯୁକ୍ତି କମିଛି । କିନ୍ତୁ ରାଜ୍ୟରେ ନାରୀ ନିର୍ଯାତନା ବଢିଛି ।  ବେକାରୀ ବଢିଛି । ଇଣ୍ଟରନେଟ ୟୁଜର୍ସଙ୍କ ସଂଖ୍ୟା କମିଛି ।  ହତ୍ୟା, ଶିଶୁ ବିରୋଧୀ ଅପରାଧ ଓ ମାନବ ଚାଲାଣ ଅପରାଧ ଓଡ଼ିଶାରେ ବଢିଛି ବୋଲି  ଶନିବାର ଆୟୋଜିତ ଏକ  ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଷଡ଼ଙ୍ଗୀ କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button