ରାଜ୍ୟର ଅନ୍ୟସ୍ଥାନରେ ରଥଯାତ୍ରା ବନ୍ଦ, କେବଳ ପୁରୀରେ ହେବ

ଭୁବନେଶ୍ୱର : ଗତବର୍ଷ ଭଳି ଚଳିତ ବର୍ଷ ବି କରୋନା ସଂକ୍ରମଣ କାଳରେ ରଥଯାତ୍ରା ପଡୁଛି  । ସଂକ୍ରମଣକୁ ରୋକିବା ପାଇଁ ପୁରୀ ବ୍ୟତୀତ ଅନ୍ୟ ସବୁ ସ୍ଥାନରେ ରଥଯାତ୍ରାକୁ ବନ୍ଦ କରାଯାଇଛି  । ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଏହି ଘୋଷଣା କରିଛନ୍ତି  । ସେ କହିଛନ୍ତିଯେ, ଚଳିତ ବର୍ଷ ଦ୍ୱିତୀୟ ଲହର କରୋନା ସଂକ୍ରମଣ ଜାରିରହିଛି  । ସଂକ୍ରମଣ ହାରକୁ ଆଖି ଆଗରେ ରଖି ଲୋକଙ୍କ ସୁରକ୍ଷା ପାଇଁ ସରକାର ପୁରୀ ବ୍ୟତୀତ ଅନ୍ୟ ସ୍ଥାନରେ ରଥଯାତ୍ରା ବନ୍ଦ ରଖିବାକୁ ନିଷ୍ପତି ନେଇଛନ୍ତି  । ଗତବର୍ଷ ଭଳି ଏବର୍ଷ ମଧ୍ୟ କଟକଣା ଲାଗୁ କରିଛନ୍ତି  । ପୁରୀରେ ମହାପ୍ରଭୂଙ୍କ ଘୋଷଯାତ୍ରା କୋଭିଡ଼ କଟକଣା ଆଧାରରେ ହିଁ ହେବ  । ଚଳିତ ବର୍ଷ ବି ଅନୁରୂପ କଟକଣା ସହ ଭକ୍ତଶୂନ୍ୟ ରଥଯାତ୍ରା ଅନୁଷ୍ଠିତ ହେବ  । ଏବର୍ଷ ବି ଭକ୍ତମାନଙ୍କୁ ରଥଯାତ୍ରା ବାରଣ କରାଯାଇଛି  । ସେବାୟତମାନେ ନେଗେଟିଭ ରିପୋର୍ଟ ପାଇଥିଲେ ହିଁ ନୀତିକାନ୍ତିରେ ସାମିଲ ହେବେ । ଗୋଟିଏ ରଥଟଣାରେ ୫୦୦ରୁ ଅଧିକ ଲୋକ ରହିବେ ନାହିଁ  । ସେହିପରି ଟିକା ନେଇଥିବା ସେବାୟତମାନଙ୍କୁ ମଧ୍ୟ ସାମିଲ କରାଯିବ  ।  ଅପରପକ୍ଷରେ ରାଜ୍ୟର ଅନ୍ୟ ଯେଉଁ ମନ୍ଦିରରେ ରଥଯାତ୍ରା ହୁଏ ତାହା କେବଳ ମନ୍ଦିର ପରିସରରେ ହିଁ ହୋଇପାରିବ  । କେବଳ ନୀତିକାନ୍ତି ହିଁ ପାଳନ କରାଯିବ । ମନ୍ଦିର ପରିସର ବାହାରେ ରଥଯାତ୍ରା ହେବନାହିଁ  ।

Related Articles

Leave a Reply

Your email address will not be published.

Back to top button