ରାଜ୍ୟରେ ଦୈନିକ ସଂକ୍ରମଣ ୧୦ ହଜାର ଟପିଲା

ଭୁବନେଶ୍ୱର:  ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି ।  ବଢୁଛି କରୋନାର କାୟା ।  ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ  ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ  ଏକ ବଡ଼ଖବର ସାମାନାକୁ ଆସିଛି । ତାହା ହେଲା ଗତ ୨୪ ଘଣ୍ଟା ରାଜ୍ୟରେ ୩୦ଟି ଜିଲ୍ଲାରୁ ୧୦ ହଜାର ୪୧୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।୫୮୮୭ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୪୫୨୬ ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪ ଲକ୍ଷ ୫୪ ହଜାର ୬୦୭ ଜଣ କୁ ଛୁଇଁଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୨୪ ଘଣ୍ଟା ମଧ୍ୟରେ ରେକର୍ଡ ବ୍ରେକ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂପୃକ୍ତ ଆକ୍ରାନ୍ତ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭୯୬ ଜଣ, ସୁନ୍ଦରଗଡ଼ରୁ ୧୧୦୦ ଜଣ,କଟକରୁ ୮୨୮ ଜଣ, ପୁରୀରୁ ୫୩୩ ଜଣ, ବରଗଡ଼ରୁ ୫୧୧ ଜଣ, ଝାରସୁଗୁଡ଼ାରୁ ୪୪୨ ଜଣ, ସମ୍ବଲପୁରରୁ ୪୨୬ ଜଣ ନୂଆପଡ଼ାରୁ ୪୧୮ ଜଣ, ଅନୁଗୁଳରୁ ୩୯୨ ଜଣ,ନବରଙ୍ଗପୁରରୁ ୩୭୮ ଜଣ, କଳାହାଣ୍ଡିରୁ ୩୭୬ ଜଣ, ଯାଜପୁରରୁ ୩୩୨ ଜଣ,ମୟୂରଭଞ୍ଜରୁ ୨୪୭ ଜଣ, ଗଞ୍ଜାମରୁ ୨୩୨ ଜଣ, ନୟାଗଡ଼ରୁ ୨୧୮ ଜଣ, ଭଦ୍ରକରୁ ୨୦୧ ଜଣ,ରାୟଗଡ଼ାରୁ ୨୦୦ ଜଣ,ବଲାଙ୍ଗୀରରୁ ୧୬୦ ଜଣ, ଗଜପତିରୁ ୧୫୬ ଜଣ,ସୋନପରରୁ ୧୩୦ ଜଣ, କେନ୍ଦୁଝରରୁ ୧୨୬ ଜଣ, ବାଲେଶ୍ବରରୁ ୧୨୪ ଜଣ,ଦେବଗଡ଼ରୁ ୧୦୩ ଜଣ,ବୌଦ୍ଧରୁ ୮୭ ଜଣ,କେନ୍ଦ୍ରାପଡ଼ାରୁ ୭୭ ଜଣ,କୋରାପୁଟରୁ ୬୮ ଜଣ, କନ୍ଧମାଳରୁ ୫୫ଜଣ, ମାଲାକାନଗିରିରୁ ୫୪ ଜଣ, ଢ଼େଙ୍କାନାଳରୁ ୪୬ ଜଣ ଏବଂ ଷ୍ଟେଟ୍ ପୋଲ୍ରୁ ୩୬୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪ ଲକ୍ଷ ୫୪ ହଜାର ୬୦୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୬୭ ହଜାର ୦୮୬ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩ ଲକ୍ଷ ୮୫ ହଜାର ୪୧୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାସହ କରୋନା ଯୋଗୁଁ ୨୦୪୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ଜଣଙ୍କ ଅନ୍ୟରୋଗ ଯୋଗୁଁ ମୃତ୍ୟୁ ହୋଇଛି ।

Related Articles

Leave a Reply

Your email address will not be published.

Back to top button