ରାଜ୍ୟରେ ଆରମ୍ଭ ହୋଇପାରେ ଗ୍ରାଜୁଆଲ ଅନଲକ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି । କରୋନା ଗ୍ରାଫ୍ ରାଜ୍ୟରେ ତଳମୁହାଁ ହେବାରେ ଲାଗିଛି ।  ତେବେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା କମିବାର ନାଁ ନେଉନି ।  ଏହାରି ଭିତରେ ରାଜ୍ୟରେ ଜାରି ଲକଡାଉନ ଓ ସଟଡାଉନ ଆଗକୁ ଜାରି ରହିବ କି ନାହିଁ ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି । ତେବେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ରାଜ୍ୟରେ ଆରମ୍ଭ ହୋଇପାରେ ଗ୍ରାଜୁଆଲ ଅନଲକ । କିଛି କଟକଣା କୋହଳ ହେବ ଏବଂ କିଛି କଟକଣା ପୂର୍ବଭଳି ରହିବ । ଅନଲକ ନେଇ ରାଜ୍ୟ ସରକାର ସବୁ ଦିଗ ପ୍ରତି ବିଚାର ବିମର୍ଷ କରୁଛନ୍ତି । ତେବେ ୧୦ ପ୍ରତିଶତ ଉପରେ ସଂକ୍ରମଣ ହାର ଥିବା ଜିଲ୍ଲାରେ ପୂର୍ବଭଳି କଟକଣା ରହିପାରେ ଏବଂ ଯେଉଁଠି କଟକଣା ୫ ପ୍ରତିଶତ ତଳେ ଅଛି ସେଠି କଟକଣା କୋହଳ ହୋଇପାରେ ।

କଟକ, ଅନୁଗୁଳ, ଖୋର୍ଦ୍ଧା, ଯାଜପୁର ଭଳି କିଛି ଜିଲ୍ଲାରେ ଏବେ ଅଧିକ ରହୁଛି । ମାତ୍ର ଦେଖା ଯାଉଛି ଲଗାତାର କିଛିଦିନ ହେବ ପଶ୍ଚିମ ଓଡିଶାରେ ବି ସଂକ୍ରମଣ ହାର କମୁଛି । ଅନ୍ୟ ଜିଲ୍ଲା ଗୁଡିକରେ ମଝି ମଝିଆ ରହୁଛି । ସବୁ ଦିଗକୁ ବିଚାର କରି ନିଷ୍ପତ୍ତି ନିଆଯିବ । ଯାଜପୁର, ଖୋର୍ଦ୍ଧା, କଟକ, ଅନୁଗୁଳ ଭଳି ଜିଲ୍ଲାରେ ସଂକ୍ରମଣ ହାର ହାଇ ରହୁଛି ତେଣୁ ସେଠି ସ୍ପେଶାଲ ଷ୍ଟାଟ୍ରେଜି କରାଯିବ ।

ସେପଟେ ମୃତ୍ୟୁ ସଂଖ୍ୟାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜୟ ମହାପାତ୍ର । ସେ କହିଛନ୍ତି ପୂର୍ବ କେସ ଲୋଡ୍ ଏବଂ ବର୍ତ୍ତମାନର କ୍ରିଟିକାଲ ରୋଗୀଙ୍କ କାରଣରୁ ମୃତ୍ୟୁ ସଂଖ୍ୟା ବଢ଼ୁଛି । ବର୍ତ୍ତମାନ ୬୨ ପ୍ରତିଶତ ରୋଗୀ ଆଇସିୟୁରେ ଓ ୬୨ ପ୍ରତିଶତ ରୋଗୀ ଭେଣ୍ଟିଲେଟରରେ ଅଛନ୍ତି । ବର୍ତ୍ତମାନ ବି କିଛି ଲୋକ ସିରିୟସ୍ ଅଛନ୍ତି ତେଣୁ ତାଙ୍କର ଆଉଟ କମ ହିଁ କହିବ ଆଗକୁ କଣ ରହିବ ମୃତ୍ୟୁ ସଂଖ୍ୟା ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର ।

Related Articles

Leave a Reply

Your email address will not be published.

Back to top button