ରାଜଧାନୀରେ ରେକର୍ଡ ଭାଙ୍ଗିଲା ତାତି

ନୂଆଦିଲ୍ଲୀ : ଚଳିତ ବର୍ଷ ମେ’ ମାସର ତାତି ମାର୍ଚ୍ଚରେ ଦେଖିବାକୁ ମିଳିଛି। ପ୍ରବଳ ଗୁଳୁଗୁଳି ଓ ଅସହ୍ୟ ତାତି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଯାହାରି ପଲ୍ଲୀରୁ ଦିଲ୍ଲୀ ଅନୁଭୂତ ହେଉଛି। ଏହାରି ମଧ୍ୟରେ ହୋଲି ଦିନ ଦେଶର ରାଜଧାନୀ ଦିଲ୍ଲୀରେ ତାପମାତ୍ରା ସର୍ବାଧିକ ୪୦.୧ ଡିଗ୍ରୀ ସେଲସିୟସ ଛୁଇଁଛି। ଯାହାକି ମାର୍ଚ୍ଚ ମାସରେ ଦୀର୍ଘ ୭୬ ବର୍ଷର ରେକର୍ଡ ଭାଙ୍ଗିଛି। ଭାରତୀୟ ପାଣିପାଗ ବିଭାଗ ଏହି ସୂଚନା ଦେଇଛି। ଆଇଏମଡିର ପ୍ରମୁଖ ଅଧିକାରୀ କୁଲଦୀପ ଶ୍ରୀବାସ୍ତବ କହିଛନ୍ତି ସଫଦରଜଙ୍ଗରେ ତାପମାତ୍ରା ୪୦.୧ ଡିଗ୍ରୀ ସେଲସିସ ରେକର୍ଡ କରାଯାଇଛି। ଯାହାକି ସାମାନ୍ୟ ତାପମାତ୍ରାଠାରୁ ୮ ପ୍ରତିଶତ ଅଧିକ। ଅର୍ଥାତ୍ ୩୨ ଡିଗ୍ରୀ ହେଉଛି ଦିଲ୍ଲୀରେ ସାମାନ୍ୟ ତାପମାତ୍ରା। ୧୯୪୫ ମସିହା ମାର୍ଚ୍ଚ ୩୧ରେ ରାଜଧାନୀର ତାପମାତ୍ରା ସର୍ବାଧିକ ୪୦.୫ ଡିଗ୍ରୀ ରେକର୍ଡ କରାଯାଇଥିଲା ବୋଲି ସେ କହିଛନ୍ତି। ପାଣିପାଗ ବିଭାଗ କହିଛି ନଜଫଗଡଢ଼, ନରେଲା, ପିତାମପୁରା ଏବଂ ପୂସାରେ ସର୍ବାଧିକ ତାପମାତ୍ରା ୪୧.୮ ଡିଗ୍ରୀ ସେଲସିୟମରୁ ୪୧.୬ ଡିଗ୍ରୀ ରହିଥିବା ସୂଚନା ରହିଛି। ତେବେ ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୨୦.୬ ଡିଗ୍ରୀ ରେକର୍ଡ କରାଯାଇଥିବା ସୂଚନା ରହିଛି।

Related Articles

Leave a Reply

Your email address will not be published.

Back to top button