ରାଜଧାନୀରେ ଚାଞ୍ଚଲ୍ୟ, ମହିଳାଙ୍କୁ ଛୁରାମାଡ଼ କରି ଲୁଟ ଉଦ୍ୟମ

ଭୁବନେଶ୍ୱର:  କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏବେ ଲକଡାଉନ ଓ ସଟଡାଉନ ଜାରି ରହିଛି ।  ଏହି ଅବସରରେ ଅମାନିଆଙ୍କୁ ସାବାଡ଼ କରିବା ପାଇଁ ପୁଲିସ ପକ୍ଷରୁ ଜୋରଦାର ଚେକିଂ କରାଯାଉଛି । ରାଜଧାନୀ ଭୁବନେଶ୍ୱରରେ ମାଳ ମାଳ ପୁଲିସ ବିଭିନ୍ନ ଛକରେ ଉପସ୍ଥିତ ରହି କଡ଼ାକଡ଼ି ଯାଞ୍ଚ କରୁଛନ୍ତି । ତେବେ ସବୁଠି ପୁଲିସ ମୁତୟନ ହୋଇଥିଲେ ମଧ୍ୟ ଲୁଟେରା କିନ୍ତୁ ପୁଲିସ ଚାଲେଞ୍ଜ କରିଛନ୍ତି ।  ଲକଡାଉନ୍ ବେଳେ ସକ୍ରିୟ ଲୁଟେରା। ଏକୁଟିଆ ଦେଖି ମହିଳାଙ୍କୁ ଛୁରାମାଡ଼ କରି ଲୁଟ୍ ଉଦ୍ୟମ। ଭୁବନେଶ୍ଵରର ନୟାପଲ୍ଲୀ ଭିଆଇପି ରୋଡରେ ଏଭଳି ଘଟଣା ଘଟିଛି। ଏହି ଘଟଣାର ସମ୍ପୂର୍ଣ୍ଣ ଚିତ୍ର ସିସିଟିଭିରେ କଏଦ ହୋଇଛି।

ସୂଚନାନୁଯାୟୀ, ନୟାପଲ୍ଲୀ ଭିଆଇପି କଲୋନୀର ଜଣେ ମହିଳା ସକାଳୁ ପରିବା ଆଣିବା ପାଇଁ ଯାଉଥିଲେ। ଏହି ସମୟରେ ଏକ ଦୁର୍ବୃତ୍ତ ଏକ ଧାରୁଆ ଛୁରୀରେ ତାଙ୍କ ଉପରକୁ ଆକ୍ରମଣ କରି ଲୁଟ୍ ଉଦ୍ୟମ କରିଥିଲା। ଫଳରେ ମହିଳା ଜଣଙ୍କ ଗୁରୁତର ହୋଇଛନ୍ତି। ତାଙ୍କୁ ନୟାପଲ୍ଲୀ ସ୍ଥିତ ଏକ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଏହି ଘଟଣାର ସମ୍ପୂର୍ଣ୍ଣ ଚିତ୍ର ସିସିଟିଭିରେ କଏଦ ହୋଇଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ୍ କରୁଛି। ତେବେ ଏହି ଘଟଣା ପରେ ପୋଲିସର ପାଟ୍ରୋଲିଂ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Related Articles

Leave a Reply

Your email address will not be published.

Back to top button