ରଜ ପରେ ସ୍ଥିତି ଦେଖି ଅନଲକ ନିଷ୍ପତ୍ତି

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମୁଥିବାବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ସମସ୍ତଙ୍କୁ ଚିନ୍ତାରେ ପକାଇଛି । ବର୍ତ୍ତମାନ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଲକଡାଉନ ଜାରି  ରହିଥିବାବେଳେ ରଜ ପରେ ସ୍ଥିତି ଦେଖି ଅନଲକ ନିଷ୍ପତ୍ତି ନିଆଯିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣାଧୀନ । ପୂର୍ବ ସ୍ଥିତିରେ ଉନ୍ନତି ଆସୁଛି ।  ଦୈନିକ ସଂକ୍ରମଣ ଓ ଆକ୍ଟିଭ କେସ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଛି ।  ଯେଉଁଠି ପଜିଟିଭ ହାର ଅଧିକ ଅଛି, ସେଠି ଟେଷ୍ଟିଂ ଜୋରଦାର କରାଯାଉଛି ।  ଚିହ୍ନଟ ହେଉଥିବା ଲୋକଙ୍କୁ ଆଇସୋଲେସନରେ ରଖାଯାଉଛି ।  ରଜ ପରେ ସମୀକ୍ଷା କରାଯିବ । ପରିସ୍ଥିତି ଦେଖି ଯାହା କିଛି ନିଷ୍ପତ୍ତି ନିଆଯିବ ।  ଯେଉଁ ଜିଲ୍ଲାରେ ସଂକ୍ରମଣ ହାର କମୁଛି ସେଠାରେ ଅନଲକ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।

Related Articles

Leave a Reply

Your email address will not be published.

Back to top button