ମୋଦୀ-ଶାହ-ନଡ୍ଡାଙ୍କୁ ନେଇ ବୈଠକ: ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଚର୍ଚ୍ଚା

ନୂଆଦିଲ୍ଲୀ: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଜେପି ନଡ୍ଡାଙ୍କୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ବୈଠକର ଆଲୋଚନା ନେଇ ସରକାରୀ ଭାବେ କିଛି ପ୍ରକାଶ କରାଯାଇ ନାହିଁ। ସମ୍ଭବତଃ କେନ୍ଦ୍ର ମନ୍ତ୍ରିପରିଷଦରେ ଖାଲି ପଡ଼ିଥିବା କେତେକ ପଦବୀ ପୂରଣ କରିବା ସହ ମନ୍ତ୍ରିପରିଷଦକୁ ସମ୍ପ୍ରସାରଣ କରିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା କୁହାଯାଉଛି। କଂଗ୍ରେସ ଛାଡ଼ି ବିଜେପିକୁ ଆପଣାଇଥିବା କେତେକ ନେତା ଓ ଦଳର କେତେକ କ୍ୟାଡରଙ୍କୁ ମନ୍ତ୍ରିପରିଷଦରେ ନେବା ପାଇଁ ବିଜେପି କେନ୍ଦ୍ରୀୟ ନେତୃବୃନ୍ଦଙ୍କ ମଧ୍ୟରେ ଆଲୋଚନା ଚାଲିଥିବା କୁହାଯାଉଛି।

ଏହାବାଦ ଉତ୍ତର ପ୍ରଦେଶ ସମେତ ୫ଟି ରାଜ୍ୟରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବାରୁ ସେହି ରାଜ୍ୟ ଉପରେ ଫୋକସ କରିବାକୁ ମନ୍ତ୍ରିପରିଷଦରେ କେତେକ ନେତାଙ୍କୁ ସାମିଲ ପାଇଁ ଯୋଜନା ଚାଲିଥିବା ସୂଚନା ମିଳିଛି। ସେହିପରି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ତାଙ୍କ ମନ୍ତ୍ରିମଣ୍ଡଳରେ କିଛିଟା ଅଦଳବଦଳ କରି ଆଉ କେତେକଙ୍କୁ ସାମିଲ କରିବା ନେଇ ଯୋଜନା ରଖିଥିବାରୁ ଏନେଇ ମଧ୍ୟ ବିଜେପିର ଏହି ତୁଙ୍ଗ ନେତାମାନେ ଆଲୋଚନା କରିଥିବା ସାମ୍ନାକୁ ଆସିଛି।

Related Articles

Leave a Reply

Your email address will not be published.

Back to top button