ମୋଦିଙ୍କ ‘ମନ୍‌ କି ବାତ୍‌’ରେ ୩ ଓଡ଼ିଆଙ୍କୁ ପ୍ରଶଂସା

ଭୁବନେଶ୍ୱର:  ଆଜି ମନ କି ବାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩ ଜଣ  ଓଡ଼ିଆଙ୍କୁ ପ୍ରଶଂସା କରିଛନ୍ତି ।  ସେମାନେ ହେଲେ କେନ୍ଦ୍ରାପଡ଼ାର ବିଜୟ କାବି,  ପାରାଦୀପର ଅମରେଶ ସାମନ୍ତ ଓ  ଭୁବନେଶ୍ୱରର ପୁଷ୍ପା ଶୁକ୍ଲା ।   ଜଙ୍ଗଲ ସୃଷ୍ଟି ପାଇଁ ମୋଦି ବିଜୟ କାମି ଓ ଅମରେଶଙ୍କୁ ପ୍ରଶଂସା କରିବା ସହ ପୁଷ୍ପାଙ୍କ ଚିଠି ବିଷୟରେ କହିଛନ୍ତି ।   ବାତ୍ୟାରୁ ରକ୍ଷା ପାଇଁ ବିଜୟ ୨୫ ଏକର ଜମିରେ ହେନ୍ତାଳ ଜଙ୍ଗଲ ସୃଷ୍ଟି କରିଛନ୍ତି । ବଡ଼କୋଟ ଗାଁ ବାହାରେ ୧୨ ବର୍ଷର ଉଦ୍ୟମରୁ ସେ ଜଙ୍ଗଲ ସୃଷ୍ଟି କରିଛନ୍ତି ।  ଆଜି ଏହି ଜଙ୍ଗଲ ଗାଁକୁ ବାତ୍ୟାରୁ ସୁରକ୍ଷା ଦେଉଥିବା ମୋଦି କହିଛନ୍ତି । ସେହିପରି ପାରାଦୀପର ଯନ୍ତ୍ରୀ ଅମରେଶ ସାମନ୍ତ ଛୋଟ ଛୋଟ ଜଙ୍ଗଲ ସୃଷ୍ଟି କରିଛନ୍ତି ।  ଏହି ସବୁ ଜଙ୍ଗଲ ଏବେ ଅନେକ ଗାଁକୁ ସୁରକ୍ଷା  ଦେଉଥିବା ମୋଦି କହିଛନ୍ତି । ଏହାଛଡ଼ା ମନ କି ବାତରେ  ପୁଷ୍ପାଙ୍କ ଚିଠି ବିଷୟରେ କହିଛନ୍ତି ।  ଟିକାକୁ ନେଇ ବୟସ୍କଙ୍କ ଉତ୍ସାହ ମନ କି ବାତରେ କହିବାକୁ ପୁଷ୍ପା ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ।  ପୂର୍ବରୁ ଯୁବକଙ୍କୁ  ସେନାରେ ସାମିଲ ପାଇଁ ମାଗଣାରେ ବହୁ ଯୁବକଙ୍କୁ ଟ୍ରେନିଂ ଦେଉଥିବା ଜଗତସିଂହପୁରର ଜିଲ୍ଲାର ଜଣେ ଯୁବକଙ୍କୁ ମୋଦି ପ୍ରଶଂସା କରିଥିଲେ ।

Related Articles

Leave a Reply

Your email address will not be published.

Back to top button