ମେ’ମଧ୍ୟଭାଗରେ ସଂକ୍ରମଣ ଆହୁରି ବଢ଼ିବ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢ଼ି ଚାଲିଥିବା ବେଳେ ଏହି ସଂକ୍ରମଣ ଆହୁରି ବଢ଼ିବ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି । ବିଶେଷଜ୍ଞଙ୍କ ଗାଣିତିକ ହିସାବ ଅନୁସାରେ ଆସନ୍ତା ମେ ୧୧ ରୁ ୧୫ ତାରିଖ ମଧ୍ୟରେ ଦେଶରେ ସଂକ୍ରମଣ ସର୍ବୋଚ୍ଚ ସ୍ତରରେ ପହଞ୍ଚିବ । ଏହି ସମୟରେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୩ ରୁ ୩୫ ଲକ୍ଷ ରହିବ ଗତବର୍ଷ ସେପ୍ଟେମ୍ବର ମଧ୍ୟ ଭାଗରେ ଦେଶରେ ସର୍ବୋଚ୍ଚ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ରହିଥିଲା । ଆଗାମୀ ତିନି ସପ୍ତାହ ପର୍ଯ୍ୟନ୍ତ ଦେଶରେ ସଂକ୍ରମଣ କମିବାର ପ୍ରଶ୍ନ ନାହିଁ । ମେ ମଧ୍ୟ ଭାଗ ପର୍ଯ୍ୟନ୍ତ ଏହା କ୍ରମାଗତ ଭାବେ ବଢ଼ିଚାଲିବ । ମହାରାଷ୍ଟ୍ର ଓ ଛତିଶଗଡ଼ରେ ସଂକ୍ରମଣ ସର୍ବୋଚ୍ଚ ସ୍ତରରେ ପହଞ୍ଚିସାରିଛି । ଦିଲ୍ଲୀ, ହରିୟାଣା, ରାଜସ୍ଥାନ, ତେଲଙ୍ଗାନାରେ ଏପ୍ରିଲ ୨୫ ରୁ ୩୦ ମଧ୍ୟରେ ସଂକ୍ରମଣ ସର୍ବୋଚ୍ଚ ସ୍ତରରେ ପହଞ୍ଚିବ । ସେହିପରି ଓଡ଼ିଶା, କର୍ଣ୍ଣାଟକ ଓ ପଶ୍ଚିମବଙ୍ଗରେ ମେ ୧ ରୁ ୫ ତାରିଖ ମଧ୍ୟରେ ଏବଂ ତାମିଲନାଡୁ ଓ ଆନ୍ଧ୍ରପ୍ରଦେଶରେ ମେ ୬ ରୁ ୧୦ ମଧ୍ୟରେ ସଂକ୍ରମଣ ସର୍ବୋଚ୍ଚ ସ୍ତରରେ ପହଞ୍ଚିବ ।

Related Articles

Leave a Reply

Your email address will not be published.

Back to top button