ମେଟ୍ରୋ ଟ୍ରେନ ସ୍ୱପ୍ନକୁ ଝଟକା, ଗଡ଼ିବନି ଟୁଇନ ସିଟିରେ

ଭୁବନେଶ୍ୱର: ମେଟ୍ରୋ ସ୍ୱପ୍ନକୁ ଝଟକା ଲାଗିଛି । ମେଟ୍ରୋ ଟ୍ରେନ ଆଶା ମଉଳି ଯାଇଛି ।  କଟକ- ଭୁବନେଶ୍ୱର ମଧ୍ୟରେ ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ପ୍ରସ୍ତାବ ନାହିଁ ।  ଆଜି ବିଧାନସଭାରେ କଂଗ୍ରେସ ସଦସ୍ୟ ସୁର ରାଉତରାୟଙ୍କ ପ୍ରଶ୍ନରେ ଉତ୍ତର ରଖି  ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏହା କହିଛନ୍ତି ।  ତାଙ୍କ ସୂଚନା ଅନୁଯାୟୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ କଟକ- ଭୁବନେଶ୍ୱର ମଧ୍ୟରେ ମେଟ୍ରୋ ଟ୍ରେନ ଚଳାଚଳ ପାଇଁ ସର୍ଭେ ହୋଇଥିଲା ।  ଜନସଂଖ୍ୟା ଆଧାରରେ ଫିଜିବିଲିଟି ନଥିବା ମେଟ୍ରୋ ଟ୍ରେନ ଗଡ଼ିବ ନାହିଁ ।  ୨୦୧୪ରେ ହୋଇଥିବା ସର୍ଭେ ଅନୁଯାୟୀ ମେଟ୍ରୋ ଟ୍ରେନ ଚାଲିବା ନେଇ କୌଣସି ଫିଜିବିଲିଟି ନାହିଁ ।   ଫଳରେ ୨୦୪୧ ସୁଦ୍ଧା ମେଟ୍ରୋ ଟ୍ରେନ ଗଡ଼ିନପାରେ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି । ତେବେ ପୁଣି ଥରେ ସର୍ଭେ କରିବାକୁ ଅନ୍ୟ ସଦସ୍ୟମାନେ ଗୃହରେ ଦାବି କରିଛନ୍ତି ।  ଅନ୍ୟପକ୍ଷରେ ପୁନଃସର୍ଭେରେ କଟକରୁ ଚଣ୍ଡୀଖୋଲ, ଭୁବନେଶ୍ୱରରୁ ପୁରୀ ଯାଏଁ ପ୍ରସ୍ତାବ ଦେବୁ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button