ମାର୍କସିଟ୍‌ ଓ ସାର୍ଟିଫିକେଟ୍‌ ସବୁ ମାଟ୍ରିକ ଛାତ୍ରଛାତ୍ରୀଙ୍କୁ ମିଳିବ

କଟକ: ମାଟ୍ରିକ ପରୀକ୍ଷା ବାତିଲ ହୋଇଥିଲେ ବି ଉଚ୍ଚଶିକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ମାର୍କସିଟ ଓ ସାର୍ଟିଫିକେଟ ପ୍ରଦାନ କରାଯିବ । ବୋର୍ଡର ସଭାପତି ରାମାଶିଷ ହାଜରା ଆଜି ଏଭଳି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ମାଟ୍ରିକ ପରୀକ୍ଷା ବାତିଲ ଘୋଷଣା ପରେ କେଉଁ ଆଧାରରେ ପରୀକ୍ଷାର୍ଥୀଙ୍କୁ ନମ୍ବର ଦିଆଯିବ ବା ପାସ କରାଯିବ ତାହା ଏବେ ବୋର୍ଡ କର୍ତ୍ତୃପକ୍ଷ ପାଖରେ ବିଚାରାଧୀନ ରହିଛି । ଏହାକୁ ନେଇ ଆଲୋଚନା ଚାଲିଛି । ଏ ବିଷୟରେ ବୋର୍ଡ ଓ ରାଜ୍ୟ ସରକାର ବିଭିନ୍ନ ଦିଗକୁ ବିଚାର କରି ଆଲୋଚନା କରୁଛନ୍ତି । ଯଦି ବିଦ୍ୟାଳୟରେ ହୋଇଥିବା ପ୍ରାକ୍ସିସ ପରୀକ୍ଷା ଆଧାରରେ ନମ୍ବର  ଦିଆଯାଏ, ତେବେ ଏକ୍ସରେଗୁଲାର, ମଧ୍ୟମା ମୁକ୍ତ ବିଦ୍ୟାଳୟ ପରୀକ୍ଷାର୍ଥୀ ଏଥିରେ ବାଦ ପଡ଼ିଯିବେ । ତେଣୁ ଏକ ଷ୍ଟାଣ୍ଡାର୍ଡ ନିର୍ଦ୍ଧାରଣ ପାଇଁ ପଦକ୍ଷେପ ନିଆଯିବ । ଯାହାକି ସମସ୍ତଙ୍କ ପାଇଁ ସୁବିଧାଜନକ ହେବ । ଯେଉଁମାନେ ବୋର୍ଡ ଦ୍ୱାରା ସ୍ଥିତିକୃତ ପରୀକ୍ଷାଫଳରେ ଅସନ୍ତୋଷ ବ୍ୟକ୍ତ କରିବେ, ସେମାନଙ୍କ ପାଇ ଦ୍ୱିତୀୟ ପରୀକ୍ଷା କରାଯିବାର ଯୋଜନା ମଧ୍ୟ ଚାଲିଛି । କିନ୍ତୁ ସମସ୍ତେ ସାର୍ଟିଫିକେଟ ଓ ମାର୍କସିଟ ପାଇବେ ବୋଲି ବୋର୍ଡ ସଭାପତି ସ୍ପଷ୍ଟ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button