‘ମାଆ ମାନଙ୍କ ପାଇଁ ଜାରି ରହିବ ଲଢେଇ’

ଭୁବନେଶ୍ବର: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମହିଳା ସମାବେଶରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ‘ମହିଳାଙ୍କ ଉନ୍ନତି ପାଇଁ ବିଜୁବାବୁ କାମ କରୁଥିଲେ। ଏହାକୁ ଆମେ ଆଗକୁ ନେଉଛୁ। ମହିଳାଙ୍କୁ ସଶକ୍ତ କରିବାକୁ ବିଜେଡି ଉଦ୍ୟମ ଜାରି ରଖିଛି।’ ସେ ଆହୁରି କହିଛନ୍ତି ଯେ ମାମାନେ ଜନ୍ମରୁ ନେତା। ପ୍ରତିଟି ମା’ ଭିତରେ ନେତୃତ୍ୱ ନେବାର ଶକ୍ତି ଅଛି। ମା’ ମାନଙ୍କ ଉନ୍ନତି ପାଇଁ ବିଜେଡିର ଲଢେଇ ଜାରି ରହିବ। ପୌର ଓ ପଞ୍ଚାୟତରେ ୫୦% ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ବିଜେଡି ସଂସଦରେ ୩୩ପ୍ରତିଶତ ସରଂକ୍ଷଣ ବ୍ୟବସ୍ଥା କରିବାକୁ ଦାବି କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ବିନା ସୁଧରେ ଋଣ ହେଉ ବା ୫ ହଜାର କୋଟି ଟଙ୍କାର ସରକାରୀ କାମ, ମା ମାନଙ୍କ ପାଇଁ ୭ ଲକ୍ଷ ଟଙ୍କାର ମାଗଣା ଚିକିତ୍ସା ସୁବିଧା, ମାଆ ମାନଙ୍କ କଲ୍ୟାଣ ପାଇଁ ଜମି ଅଧିକାର, ସମ୍ପତ୍ତି ଅଧିକାର , ରାଶନ କାର୍ଡ , ଝିଅ ମାନଙ୍କ ପଢିବା ପାଇଁ ବୃତ୍ତି, ଆଦି ଅନେକ କାର୍ୟ୍ୟକ୍ରମ କରାଯାଉଛି । ମାଆ ମାନଙ୍କ କଲ୍ୟାଣ ଓ ଅଧିକାର ପାଇଁ ବିଜୁ ଜନତା ଦଳର ଲଢେଇ ଜାରି ରହିବ ବୋଲି କହିଛନ୍ତି ନବୀନ । ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ବିଜୁ ଜନତା ଦଳ ରାଜ୍ୟ କାର୍ୟ୍ୟାଳୟରେ ଅନୁଷ୍ଠିତ ହୋଇଛି ମହିଳା ସମାବେଶ। ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଅଧ୍ୟକ୍ଷତାରେ ସମାବେଶ ଆୟୋଜନ କରାଯାଇଛି। ପ୍ରାୟ ୨୦୦୦ ମହିଳାଙ୍କୁ ନେଇ ସମାବେଶର ଆୟୋଜନ କରାଯାଇଛି। ଏହି ସମାବେଶରେ ମହିଳାଙ୍କ ପାଇଁ ବିଜୁ ପଟନାୟକଙ୍କ ପଦକ୍ଷେପ ଓ ମହିଳାଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ବାବଦରେ ଗୁରୁତ୍ୱାରୋପ କରାଯାଇଛି।

Related Articles

Leave a Reply

Your email address will not be published.

Back to top button