ମହାଶିବରାତ୍ରୀ ପାଇଁ ଜାରି ହେଲା ଗାଇଡ଼ଲାଇନ

ଭୁବନେଶ୍ୱର : ରାଜ୍ୟ ସରକାର ମହାଶିବରାତ୍ରୀ ନିମନ୍ତେ ସ୍ୱତନ୍ତ୍ର ଗାଇଡ଼ଲାଇନ ଜାରି କରିଛନ୍ତି  । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଅନୁଯାୟୀ, ରାଜ୍ୟରେ ନୂଆ କରୋନା ଭାଇରସ ସାର୍ସ-କୋଭ୨ ଚିହ୍ନଟ କରାଯାଇଛି  । ତେଣୁ କୋଭିଡ଼-୧୯ ନିରାପତା ପ୍ରୋଟୋକଲ ଉପରେ ବିଶେଷ ଗୁରୁତ୍ୱାରୋପ ଦିଆଯାଇଛି  । ଅପରପକ୍ଷରେ କୋଭିଡ଼ ସଂକ୍ରମଣକୁ ଆଖି ଆଗରେ ରଖି ବଡ଼ ଧରଣର ସମାବେଶ ଉପରେ କଟକଣା ଲଗାଯାଇଛି  । ବିଶେଷକରି ସାମାଜିକ, ରାଜନୈତିକ, କ୍ରୀଡ଼ା, ମନୋରଂଜନ, ସାଂସ୍କୃତିକ ଓ ଧାର୍ମିକ ଉତ୍ସବ ଉପରେ କଟକଣା ରହିଛି  । ୫୦୦ରୁ ଅଧିକ ଲୋକଙ୍କର ସମାବେଶକୁ ବାରଣ କରାଯାଇଛି  । ମହାଶିବରାତ୍ରୀ ଏକ ପ୍ରମୁଖ ପର୍ବ ହୋଇଥିବାବେେଳେ ଏହି ଅବକାଶରେ ଶୈବପୀଠରେ ହଜାର ହଜାର ଲୋକଙ୍କ ଜନସମାଗମ ହୋଇଥାଏ  । ଲୋକମାନେ ଉପାସ ରହି ରାତି ସାରା ଉଜାଗର ରହିଥା’ନ୍ତି  । ଅଧିକ ସଂଖ୍ୟକ ଜନସମାଗମ ହେଲେ କୋଭିଡ଼-୧୯ ସଂକ୍ରମଣ ବ୍ୟାପିବାର ମଧ୍ୟ ଆଶଙ୍କା ରହିଛି  । ଏହି ପରିପ୍ରେକ୍ଷୀରେ ସରକାର ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି  । ଆସନ୍ତା ମାର୍ଚ୍ଚ ୧୧ରେ ଯେଉଁ ଯେଉଁ ସ୍ଥାନରେ ମହାଶିବରାତ୍ରୀ ଉତ୍ସବ କରାଯିବ ସେଥିପ୍ରତି ସ୍ଥାନୀୟ ଜିଲ୍ଲାପାଳ ଓ ମହାନଗର ନିଗମକୁ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି  ।  ଜିଲ୍ଲାପାଳ ଓ ମହାନଗର ନିଗମ ସେହିସବୁ ସ୍ଥାନରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆବଶ୍ୟକୀୟ କଟକଣା ଲଗାଇ ପାରିବେ  ।

ସ୍ଥାନୀୟ ଅଂଚଳରେ କରୋନା ସ୍ଥିତି, ଜନସମାଗମ ଓ ମନ୍ଦିର ମଧ୍ୟରେ ଥିବା ସ୍ଥାନ ଆଦିକୁ ଅନୁଶୀଳନ କରି ପଦକ୍ଷେପ ଗ୍ରହଣ କରାଯିବା ସହ ଆବଶ୍ୟକୀୟ କଟକଣା ମଧ୍ୟ ଲାଗୁ କରାଯିବ  । ସେହିପରି ଯେଉଁ ଶିବ ମନ୍ଦିରରେ ଅନୁମତି ମିଳିବ ସେଠାରେ ଯେମିତି ସମସ୍ତେ କରୋନା ନିରାପତା ପ୍ରୋଟୋକଲ ପାଳନ କରିବେ ତାହାକୁ ସୁନିଶ୍ଚିତ କରିବାକୁ ପଡ଼ିବ  । ଅପରପକ୍ଷରେ ଜାଗର ଉପଲକ୍ଷେ ଶୈବପୀଠଗୁଡ଼ିକରେ ହେଉଥିବା ମେଳା ଉପରେ କଟକଣା ଲାଗିବ  । ମନ୍ଦିର ଭିତରେ ଓ ବାହାରେ ଯେଭଳି ଅଧିକ ସଂଖ୍ୟକ ଲୋକ ଏକତ୍ରିତ ନହେବେ ସେଥିପ୍ରତି ଦୃଷ୍ଟି ଦିଆଯିବ  ।

Related Articles

Leave a Reply

Your email address will not be published.

Back to top button