ମହାରାଷ୍ଟ୍ରରେ ବଢିଲା ଲକଡାଉନ ଅବଧି

ନୂଆଦିଲ୍ଲୀ: ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି ।  ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି ।  ତାହା ହେଲା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି । ଆସନ୍ତା ଜୁନ ୧ ତାରିଖ ପର୍ଯ୍ୟନ୍ତ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି ।  ଏଥିସହ ବାହାର ରାଜ୍ୟରୁ ଯଦି କେହି ମହାରାଷ୍ଟ୍ର ଆସନ୍ତି ତେବେ ଆରଟିପିସିଆର ନେଗେଟିଭ ରିପୋର୍ଟକୁ ବାଧ୍ୟତାମୂଳକ ଘୋଷଣା କରାଯାଇଛି ।   ପାର୍କ, ମଲ୍, ସିନେମା ହଲ୍, ଆଦିକୁ ମଧ୍ୟ ବନ୍ଦ ରଖାଯାଇଛି । ସାଧାରଣ ପରିବହନ ଓ ଲୋକାଲ୍ ଟ୍ରେନଗୁଡିକ କଟକଣା ଭିତରେ ଚାଲୁଛି ।  କର୍ମଚାରୀମାନଙ୍କୁ ଘରୁ କାମ କରିବାକୁ ପରାମର୍ଶ ଦିଆଯାଇଛି । ସଂକ୍ରମଣ ଉପରେ ଲଗାମ ଦେବାକୁ ଏହି ପଦକ୍ଷେପ ନେଇଛନ୍ତି ମହାରାଷ୍ଟ୍ର ସରକାର । ତାଲାବନ୍ଦ ସମୟରେ ଜରୁରୀ ସେବା ପାଇଁ ଅନୁମତି ପ୍ରଦାନ କରାଯାଇଛି।

Related Articles

Leave a Reply

Your email address will not be published.

Back to top button