ମହାକାଶରେ ଚଳଚ୍ଚିତ୍ର ସୁଟିଂ କରିବ ରୁଷ

ମସ୍କୋ : ସର୍ବପ୍ରଥମ ଥର ପାଇଁ ମହାକାଶରେ ଚଳଚ୍ଚିତ୍ର ସୁଟିଂ କରିବାକୁ ଯାଉଛି ରୁଷିଆ । ଏଥିପାଇଁ ଭ୍ଲାଦିମିର ପୁତିନଙ୍କ ସରକାର ଦେଶର ଜଣେ ନିର୍ଦ୍ଦେଶକଙ୍କୁ ମହାକାଶକୁ ପଠାଇବା ପାଇଁ ଯୋଜନା କରିଛନ୍ତି । ହଲିଉଡ ଅଭିନେତା ଟମ କ୍ରୁଜଙ୍କୁ ମହାକାଶକୁ ପଠାଇବା ପାଇଁ ଗତ ବର୍ଷ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ ଘୋଷଣା କରିଥିଲା । କିନ୍ତୁ ଏହା ଅଦ୍ୟାବଧି କାର୍ଯ୍ୟକାରୀ ହୋଇନାହିଁ । ଏପରି ସ୍ଥଳେ ରୁଷର ମହାକାଶ ଗବେଷଣା ସଂସ୍ଥା ଚଳଚ୍ଚିତ୍ର ନିର୍ମାଣ ବିଷୟ ଘୋଷଣା କରିଛି । “ସ୍ପେସ ଡ୍ରାମା” ନାମରେ ଏହା ଏକ ଚଳଚ୍ଚିତ୍ର ନିର୍ମାଣ କରୁଛି, ଯାହାକୁ ଏବେ ‘ଚାଲେଞ୍ଜ’ ବୋଲି କୁହାଯାଉଛି । କ୍ଲିମ ଶିପେଙ୍କୋଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଦାମିତ୍ରି ରୋଗୋଜିନ ସହ ପ୍ରଯୋଜକ ଅଛନ୍ତି । ଦେଶର ଲୋକପ୍ରିୟ ଅଭିନେତ୍ରୀ ୩୭ ବର୍ଷିୟା ୟୁଲିଆ ପରସିଲ୍ଡ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ମହାକାଶ ଯାତ୍ରା ପୂର୍ବରୁ ସେମାନଙ୍କୁ ବିଧିବଦ୍ଧ ତାଲିକା ଦିଆଯିବ ।

Related Articles

Leave a Reply

Your email address will not be published.

Back to top button