ମଧ୍ୟପ୍ରଦେଶରେ ଧର୍ମାନ୍ତରଣ କଲେ ୧୦ ବର୍ଷ ଜେଲ

ଭୋପାଳ : ମଧ୍ୟପ୍ରଦେଶ ବିଧାନସଭାରେ ଧର୍ମାନ୍ତରଣ ନିରୋଧ ବିଲ (ମଧ୍ୟପ୍ରଦେଶ ଫ୍ରିଡମ ଅଫ ରିଲିଜିଅନ ବିଲ ୨୦୨୧) ଗୃହୀତ ହୋଇଛି । ଏଥିରେ ରହିଥିବା ବ୍ୟବସ୍ଥା ଅନୁସାରେ ବିବାହ କିମ୍ବା ଅନ୍ୟ କୌଣସି ପ୍ରଲୋଭନ ଦେଖାଇ କହି ଯଦି ଧର୍ମାନ୍ତରଣ କରନ୍ତି ତେବେ ତାହା ଧର୍ତ୍ତବ୍ୟ ତଥା ଜାମିନ ବିହୀନ ଅପରାଧ ଭାବେ ବିବେଚନା କରାଯିବ । ଏହି ମାମଲାରେ ସର୍ବାଧିକ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଓ ୧ ଲକ୍ଷ ଟଙ୍କା ଜରିମାନା କରାଯାଇପାରିବ । ରିଲିଜିୟସ ଫ୍ରିଡମ ଆକ୍ଟ ୧୯୬୮  ସ୍ଥାନରେ ନୂଆ ଆଇନ କାର୍ଯ୍ୟକାରୀ ହେବ । ରାଜ୍ୟ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରଙ୍କ ଅନୁଯାୟୀ ଏହି ବିଲ ଦେଶର ସବୁଠାରୁ ଅଧିକ କଠୋର । ଯେଉଁମାନେ ନିଜର ଧର୍ମ ପରିବର୍ତ୍ତନ କରିବେ ସେମାନେ ସ୍ଥାନୀୟ ପ୍ରଶାସନ ନିକଟରେ ୬୦ ଦିନ ପୂର୍ବରୁ ଆବେଦନ କରିବେ ।

Related Articles

Leave a Reply

Your email address will not be published.

Back to top button