ମଦ ଜବତ, ୩ ଗିରଫ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ପୋଲିସକୁ ମିଳିଛି ବଡ଼ ସଫଳତା। ଆଳି ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ପୂର୍ବତନ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ରାଜ୍ୟ ମନ୍ତ୍ରୀ, ରାଜ୍ୟସଭା ସାଂସଦ ତଥା ହାଉସିଂ ବୋର୍ଡ ଅଧ୍ୟକ୍ଷ ପ୍ରତାପ କେଶରୀ ଦେବଙ୍କର ପ୍ରତିନିଧି ନିରଞ୍ଜନ ସେନାପତିଙ୍କ ପତ୍ନୀଙ୍କ କାରରୁ ମଦ ଠାବ ହୋଇଛି। ଚୋରା ମଦ ଚାଲାଣ ବେଳେ ୩ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ଅଭିଯୁକ୍ତମାନେ ହେଲେ ପ୍ରଭାତ କୁମାର ସେନାପତି, ଅଜୟ କୁମାର ସାମଲ ଓ ସାହିଲ୍ କୁମାର ରାଉତ। ଏନେଇ କେସ୍ ନଂ-୨୦୪ରେ ଏକ ମାମଲା ରୁଜୁ ହୋଇଥିବାବେଳେ ୧୪୦ ବୋତଲ ବିଦେଶୀ ଓ ଦେଶୀ ମଦ ଜବତ କରାଯାଇଛ। ଗୀତାଞ୍ଜଳି ସେନାପତିଙ୍କ ନାମରେ ଏହି କାରଟି ଥିବା ଜଣାପଡ଼ିଛି।

Related Articles

Leave a Reply

Your email address will not be published.

Back to top button