ଭୁବନେଶ୍ୱର ମହାନଗର ନିଗମରେ ବନ୍ଦ ରହିବ ସବୁ ଧର୍ମାନୁଷ୍ଠାନ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମରେ ବନ୍ଦ ରହିବ ସବୁ ଧର୍ମାନୁଷ୍ଠାନ । ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲିଠାରୁ ଏହି ନିୟମ ଲାଗୁ ହେବ । ନୀତିକାନ୍ତି  ହେବ, ଭକ୍ତଙ୍କ ପ୍ରବେଶରେ ଲାଗିଲା କଟକଣା ।ରାଜଧାନୀରେ କରୋନା ସଂକ୍ରମଣର ବେଗ ବୃଦ୍ଧି ପାଇବାରେ ଲାଗିଛି ।  ପ୍ରତିଦିନ ସଂକ୍ରମଣ ନୂଆ ନୂଆ ରେକର୍ଡ ସୃଷ୍ଟି କରୁଛି । ଗତକାଲି ଭୁବନେଶ୍ୱରରେ ୪୬୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ତେବେ ୧୨୩ ଜଣ କାରଣରୁ ସୁସ୍ଥ ମଧ୍ୟ ହୋଇଛନ୍ତି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଜାରି ହୋଇଥିବା ତଥ୍ୟ ମୁତାବକ ନୟାପଲ୍ଲୀରୁ ୬ ଜଣ, ପୁରୁଣା ଭୁବନେଶ୍ୱରରୁ ୪ ଜଣ , ୟୁନିଟ ୩ ଅଞ୍ଚଳରୁ ୫ ଜଣ, ଟଙ୍କପାଣିରୁ ୫ ଜଣ, ଆଚାର୍ଯ୍ୟ ବିହାରରୁ ୫ ଜଣ, ବଡ଼ଗଡ଼ରୁ ୬ ଜଣ, ଶୈଳଶ୍ରୀ ବିହାରରୁ ୧୩ ଜଣ, ରସୁଲଗଡରୁ ୧୩ ଜଣ, ବାପୁଜୀ ନଗରରୁ ୫ ଜଣ, ନଖରାରୁ ୬ ଜଣ, ସାମନ୍ତରାପୁରରୁ ୪ ଜଣ, ପଟିଆରୁ ୧୯ ଜଣ, ଓଲଡ଼ ଟାଉନରୁ ୧୮ ଜଣ ଚିହ୍ନଟ ହୋଇଥିଲେ |

Related Articles

Leave a Reply

Your email address will not be published.

Back to top button