ଭାରତରେ ହୋଇନପାରେ ଟି-ଟ୍ୱେଣ୍ଟି ବିଶ୍ୱକପ

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର-ନଭେମ୍ବର ମାସରେ ଖେଳାଯିବ ଟି-ଟ୍ୱେଣ୍ଟି ବିଶ୍ୱକପ । କରୋନା ସଂକ୍ରମଣ ସତ୍ତ୍ୱେ ବିସିସିଆଇ ବିଶ୍ୱକପ ଆୟୋଜନ ନେଇ ପ୍ରସ୍ତୁତ ରହିଥିବା ପୂର୍ବରୁ ସଭାପତି ସୌରଭ ଗାଙ୍ଗୁଲି ପ୍ରକାଶ କରିଥିଲେ । କିନ୍ତୁ ଏବେ ଭିନ୍ନ କଥା ଶୁଣିବାକୁ ମିଳୁଛି । ଯଦି ଭାରତରେ କରୋନା ସଂକ୍ରମଣ ସ୍ଥିତି ଏଭଳି ଜାରି ରହେ ତେବେ ବିଶ୍ୱକପ ସ୍ଥାନାନ୍ତର ହେବ । ଭାରତର ସ୍ଥିତି ଉପରେ ଆଇସିିସି ନଜର ରଖିଛି । ଯଦି ଅକ୍ଟୋବର ମାସ ପୂର୍ବରୁ ସ୍ଥିତିରେ ସୁଧାର ନ ଆସେ ତେବେ ବିଶ୍ୱକପ ଭାରତରୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ । ଏ ନେଇ ଦୁଇଟି ବିକଳ୍ପ ଭେନ୍ୟୁ ମଧ୍ୟ ସ୍ଥିର କରାଯାଇସାରିଛି । ୟୁଏଇ କିମ୍ବା ଶ୍ରୀଲଙ୍କା କୌଣସି ଗୋଟିଏ ଭେନ୍ୟୁରେ ଖେଳାଯିବ । ଏ ବିଷୟରେ ବିସିସିଆଇ କିମ୍ବା ଆଇସିସି କର୍ତ୍ତୃପକ୍ଷଙ୍କ ପକ୍ଷରୁ କିଛି କୁହାଯାଇନାହିଁ । ଗତ ବର୍ଷ କରୋନା ମହାମାରୀ ପାଇଁ ଆଇପିଏଲକୁ ୟୁଏଇରେ ଆୟୋଜନ କରିଥିଲେ ବିସିସିଆଇ । ଶ୍ରୀଲଙ୍କା ମଧ୍ୟ ଆଗ୍ରହୀ ଥିଲା । ସୁବିଧା ଦୃଷ୍ଟିରୁ ୟୁଏଇ ବିସିସିଆଇର ପ୍ରଥମ ପସନ୍ଦ ରହିଥିଲା ।

Related Articles

Leave a Reply

Your email address will not be published.

Back to top button