ଭାରତରେ ଆଉ ଏକ ନୂଆ ଭାରିଆଣ୍ଟ

ନୂଆଦିଲ୍ଲୀ: ଭାରତରେ ବି.୧.୧.୨୮.୨ ନାମକ ଆଉ ଏକ ନୂଆ କରୋନା ଭାରିଆଣ୍ଟ ଠାବ କରାଯାଇଛି । ପୁନେର ନ୍ୟାସନାଲ ଇନଷ୍ଟିଚଟ ଅଫ ଭାଇରୋଲୋଜି (ଏନଆଇଭି) ଦ୍ୱାରା ଜିନୋମ ସିକ୍ୱେନିସଙ୍ଗ କରାଯାଇ ଏହି ଭାରିଆଣ୍ଟ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ବ୍ରାଜିଲ ଓ ବି୍ରଟେନରୁ ଆସିଥିବା ଅନ୍ତର୍ଜାତୀୟ ଯାତ୍ରୀଙ୍କ ନାକ ଓ ଗଳା ସ୍ୱାବରେ ଏହି ଭାରିଆଣ୍ଟ ଦେଖିବାକୁ ମିଳିଥିଲା । ବିଶେଷଜ୍ଞଙ୍କ ମୁତାବକ ଏହି ନୂଆ ଭାରିଆଣ୍ଟ ‘ଡେଲଟା’ ଭାରିଆଣ୍ଟ ସହିତ ପ୍ରାୟତଃ ସମାନ  । ଆଲଫା ଭାରିଆଣ୍ଟଠାରୁ ଏହା ଅଧିକ ବିପଦଜନକ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମୁତାବକ ବି.୧.୧.୨୮.୨ ଭାରିଆଣ୍ଟରେ ସଂକ୍ରମିତ ହେଲେ ରୋଗୀଙ୍କ ଓଜନ ୭ ଦିନ ମଧ୍ୟରେ ହ୍ରାସ ପାଇବ । ଏହି ଭାରିଆଣ୍ଟରେ ସଂକ୍ରମଣ ତୀବ୍ର ହେଲେ ରୋଗୀର ଫୁସଫୁସ ସଂକ୍ରମିତ ହୋଇଥାଏ । ବୈଜ୍ଞାନିକମାନେ ଏହା ଉପରେ ପାଖାପାଖି ୭ ଦିନ ପର୍ଯ୍ୟନ୍ତ ପରୀକ୍ଷା କରିଥିଲେ ।

Related Articles

Leave a Reply

Your email address will not be published.

Back to top button